ପଞ୍ଚାୟତ ନିର୍ବାଚନ: ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ, ନ୍ୟୁଜ ୧୮ ଓ ନ୍ୟୁଜ ୭ର ସାମ୍ବାଦିକ ଓ କ୍ୟାମେରା ମ୍ୟାନ ଆହତ

Advertisment
ରାଜନୈତିକ ହିଂସା ଭିତରେ ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ବୁଥ ଜବରଦଖଲ କଲେ ଦୁବୃର୍ତ୍ତ, ମତଦାନ କେନ୍ଦ୍ରରେ ଫୁଟିଲା ବୋମା ।

କନକ ବ୍ୟୁରୋ: ପଂଚାୟତ ନିର୍ବାଚନ ପାଇଁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଆକ୍ରମଣ । ଆକ୍ରମଣର ଶିକାର ହୋଇଛନ୍ତି ନ୍ୟୁଜ୍ ୧୮ ଓ ନ୍ୟୁଜ ସେଭେନର ପ୍ରତିନିଧୀ । ନ୍ୟୁଜ୍ ୧୮ର ସୁମନ୍ତ ସୁନ୍ଦରାୟ, କ୍ୟାମେରାମ୍ୟାନ୍ ଚିତନ ସ୍ୱାଇଁ ଏବଂ ନ୍ୟଜ୍ ୭ର ପ୍ରତିନିଧୀ ସରୋଜ ଓ ତାଙ୍କ କ୍ୟାମେରାମ୍ୟାନ୍ ଆକ୍ରମଣର ଶିକାର ହୋଇଛନ୍ତି । ଆଜି ଦିନ ପ୍ରାୟ ୧୧ଟା ବେଳେ ପୁରୀ ଜିଲ୍ଲା କଣାସ ବ୍ଲକ ବଢାଳ ପଂଚାୟତ ମତଦାନ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଚାଲିଥିବା ବେଳେ ସେମାନେ ଖବର ସଂଗ୍ରହ ପାଇଁ ପହଂଚିଥିଲେ ।

ଏହି ସମୟରେ କିଛି ଗୁଣ୍ଡା ଗଣମାଧ୍ୟମ ପ୍ରତିନିଧୀଙ୍କୁ ଆକ୍ରମଣ କରିଥିଲେ । କ୍ୟାମେରାମ୍ୟାନ୍ ଚିତନ ସ୍ୱାଇଁଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଆକ୍ରମଣକାରୀମାନେ କ୍ୟାମେରା ସହ ଉଭୟଙ୍କ ମୋବାଇଲ ଓ ଲାଇଭ ଭିଜୁଆଲ ପ୍ରସାରଣ ସଂରଞ୍ଜାମକୁ ଭାଙ୍ଗିବା ସହ ଛଡାଇ ନେଇଯାଇଛନ୍ତି । ଆକ୍ରମଣରେ ନ୍ୟୁଜ୍ ୭ର ରିପୋର୍ଟର ସରୋଜ ଓ ତାଙ୍କ କ୍ୟାମେରାମ୍ୟାନ୍ ଆହାତ ହୋଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe