କନକ ବ୍ୟୁରୋ: ପଂଚାୟତ ନିର୍ବାଚନ ପାଇଁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଆକ୍ରମଣ । ଆକ୍ରମଣର ଶିକାର ହୋଇଛନ୍ତି ନ୍ୟୁଜ୍ ୧୮ ଓ ନ୍ୟୁଜ ସେଭେନର ପ୍ରତିନିଧୀ । ନ୍ୟୁଜ୍ ୧୮ର ସୁମନ୍ତ ସୁନ୍ଦରାୟ, କ୍ୟାମେରାମ୍ୟାନ୍ ଚିତନ ସ୍ୱାଇଁ ଏବଂ ନ୍ୟଜ୍ ୭ର ପ୍ରତିନିଧୀ ସରୋଜ ଓ ତାଙ୍କ କ୍ୟାମେରାମ୍ୟାନ୍ ଆକ୍ରମଣର ଶିକାର ହୋଇଛନ୍ତି । ଆଜି ଦିନ ପ୍ରାୟ ୧୧ଟା ବେଳେ ପୁରୀ ଜିଲ୍ଲା କଣାସ ବ୍ଲକ ବଢାଳ ପଂଚାୟତ ମତଦାନ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଚାଲିଥିବା ବେଳେ ସେମାନେ ଖବର ସଂଗ୍ରହ ପାଇଁ ପହଂଚିଥିଲେ ।
ଏହି ସମୟରେ କିଛି ଗୁଣ୍ଡା ଗଣମାଧ୍ୟମ ପ୍ରତିନିଧୀଙ୍କୁ ଆକ୍ରମଣ କରିଥିଲେ । କ୍ୟାମେରାମ୍ୟାନ୍ ଚିତନ ସ୍ୱାଇଁଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଆକ୍ରମଣକାରୀମାନେ କ୍ୟାମେରା ସହ ଉଭୟଙ୍କ ମୋବାଇଲ ଓ ଲାଇଭ ଭିଜୁଆଲ ପ୍ରସାରଣ ସଂରଞ୍ଜାମକୁ ଭାଙ୍ଗିବା ସହ ଛଡାଇ ନେଇଯାଇଛନ୍ତି । ଆକ୍ରମଣରେ ନ୍ୟୁଜ୍ ୭ର ରିପୋର୍ଟର ସରୋଜ ଓ ତାଙ୍କ କ୍ୟାମେରାମ୍ୟାନ୍ ଆହାତ ହୋଇଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/30-15.jpg)