କନକ ବ୍ୟୁରୋ: ନୂଆବର୍ଷରେ ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ ହେବ । ଆଉ ଏହାକୁ ନେଇ ବିଜେଡି ବିଜେପି ବୟାନବାଜି ଆରମ୍ଭ ହୋଇଛି । ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ରେଳ ପ୍ରକଳ୍ପକୁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ନିର୍ମାଣ କରିବାକୁ ନିଷ୍ପତି ନେବା ପରେ, ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିମାନବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ଉପରେ ଉପରେ ମେଟ୍ରୋ ନେବାକୁ ରାଜ୍ୟ ସରକାର କେତେ ସଫଳ ହେଉଛନ୍ତି, ସେ ନେଇ ସନ୍ଦେହ ପ୍ରକାଶ କରିଛି ବିଜେପି । ତେବେ ବିଜେପିର ଅଭିଯୋଗ ପରେ, ଶାସକ ଦଳ ପ୍ରତିକ୍ରିୟା ରଖିଛି । ବିଜେଡି ବିଧାୟକ ଶଶି ଭୂଷଣ ବେହେରା କହିଛନ୍ତି, ନବୀନ ବାବୁଙ୍କ ହାତରେ କୁହୁକ ଅଛି । ସେ ଯେଉଁ କାମ ହାତକୁ ନିଅନ୍ତି, ତାକୁ ସବୁଠି ପ୍ରଶଂସା ମିଳେ ।

Kanak News is now on WhatsApp
Join and get latest news updates delivered to you via WhatsApp
ମଧ୍ୟପ୍ରାଚ୍ୟରେ ଚାଲିଛି ଘମାଘୋଟ ଲଢେଇ । ଇସ୍ରାଏଲ ଓ ପାଲେଷ୍ଟାଇନ ମୁହାଁମୁହିଁ ହୋଇଛନ୍ତି । ପାଲେଷ୍ଟାଇନ ସଂଗଠନ ହମାସ, ଇସ୍ରାଏଲ ଉପରେ ଘନଘନ ମିସାଇଲ ମାଡ଼ କରୁଛି । ଏହାର ଜବାବରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିବା ସହ ହମାସର ଠିକଣା ଉପରେ ବୋମା ଓ ମିସାଇଲ ମାଡ଼ କରିଛି । ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଭୀଷଣ ଯୁଦ୍ଧରେ ଗଣହତ୍ୟାର ଚିତ୍ର ସାମ୍ନାକୁ ଆସିଛି । ବର୍ତମାନ ସୁଦ୍ଧା ଉଭୟ ପକ୍ଷରୁ ଶହ ଶହ ଲୋକଙ୍କ ଜୀବନ ଗଲାଣିି । ହମାସ ଆକ୍ରମଣରେ ଇସ୍ରାଏଲ ଡିଫେନ୍ସ ଫୋର୍ସ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ ହମାସର ଆକ୍ରମଣ ପରେ ପ୍ରଚଣ୍ଡ ପ୍ରତିଆକ୍ରମଣ କରିଛି ଇସ୍ରାଏଲ ।
ପାଲେଷ୍ଟାଇନର ହମାସ ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିବା ପରେ, ଏହି ଗୋଷ୍ଠୀ ବିରୋଧରେ ପ୍ରତିଶୋଧର ମହାଯୁଦ୍ଧ ଆରମ୍ଭ କରିଛି ଇସ୍ରାଏଲ । ପାଲଟା ଆକ୍ରମଣ କରି ଜଣାଇ ଦେଇଛି ଯେ, ଇସ୍ରାଏଲ ଏଭଳି ଆକ୍ରମଣ କରିବ, ହମାସ ଯାହାର କଳ୍ପନା କେବେ କରିନଥିବ । ହମାସର ଆକ୍ରମଣର ପାଲଟା ଜବାବ କିଛି ଏହିଭଳି ଢଙ୍ଗରେ ଦେଇଛି ଇଜ୍ରାଏଲ ସେନା । ଆଉ ଏଥିରେ ଉଭୟ ପକ୍ଷର ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି ।
କ’ଣ ବିଶ୍ୱ ପୁଣିଏକ ଯୁଦ୍ଧର ଦ୍ୱାର ଦେଶରେ ଠିଆ ହୋଇଛି?
ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ କ’ଣ ବିଶ୍ୱକୁ ଦୁଇଫାଳ କରିଦେବ?
ଦୁଇ ଦେଶ ମଧ୍ୟରେ ଯୁଦ୍ଧ କ’ଣ ଆହୁରି ଭୀଷଣ ରୂପ ନେବ?
ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଏପର୍ଯ୍ୟନ୍ତ ଅନ୍ତ ହୋଇନାହିଁ । ଏତିକିବେଳେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ପୁଣିଥରେ ବିଶ୍ୱକୁ ଦୁଇଭାଗରେ ବିଭକ୍ତ କଲା ଭଳି ଜଣାପଡୁଛି । ଭାରତ ତାର ପୁରୁଣା ମିତ୍ର ଇସ୍ରାଏଲ ସହିତ ଛିଡା ହୋଇଛି ଏବଂ ଆତଲଙ୍କବାଦକୁ ପ୍ରତ୍ସୋହାନ ଦେଇଆସୁଥିବା ପାକିସ୍ତାନ ପୁଣିଥରେ ପାଲେଷ୍ଟାଇନର ହମାସ ଆତଙ୍କବାଦୀ ସଂଗଠନ ସହ ଛିଡା ହୋଇଥିବା ଦେଖାଯାଉଛି ।
ଶନିବାର
ସକାଳ ୬ଟା ୩୦
ଇଜ୍ରାଏଲ ଉପରେ ଗୋଟିଏ ପରେ ଗୋଟିଏ ମିସାଇଲ ମାଡ ଆରମ୍ଭ କରି ଦେଇଥିଲା ହମାସ ବିଦ୍ରୋହୀ ସେନା । ଗାଜା ପଟ୍ଟିରୁ ୫ ହଜାର ମିଜାଇଲ ଇଜ୍ରାଏଲର ପ୍ରମୁଖ ସହର ଉପରକୁ ମାଡ କରିଥିଲା । ଗୋଟିଏ ପଟେ ଆକାଶ ମାର୍ଗରୁ ମିଜାଇଲ ମାଡ, ଆଉ ସେପେଟେ ଇଜ୍ରାଏଲ ସୀମାରେ ଅନୁପ୍ରବେଶ କରି ଗାଜାକୁ ଲାଗି ରହିଥିବା ସହର ଗୁଡିକ ଉପରେ ଆକ୍ରମଣ କରିଥିଲା ହମାସର ଆତଙ୍କବାଦୀ ଗୋଷ୍ଠୀ ।
ପାଲେଷ୍ଟାଇନର ବିଦ୍ରୋହୀ ଗୋଷ୍ଠୀ ହମାସ । ଇଜ୍ରାଏଲ ତୁଳନାରେ ସେଭଳି କିଛି ବିଶେଷ କ୍ଷମତା କି ଶକ୍ତି ନାହିଁ । ତଥାପି ଇରାନ ଠାରୁ ମିଳୁଥିବା ସହାୟତାରେ ବାରମ୍ବାର ଇସ୍ରାଏଲ ଉପରେ ଆକ୍ରମଣ କରୁଛି ହମାସର ଏହି ଆତଙ୍କବାଦୀ ଗୋଷ୍ଠୀ ।
୧୯୪୮ ମସିହାରେ ଇସ୍ରାଏଲ ସ୍ୱତନ୍ତ୍ର ଦେଶ ଗଠନ ହେବା ପରେ ପାଲେସ୍ତୀନୀଙ୍କ ଆନ୍ଦୋଳନ ଆହୁରି ତେଜିବାରେ ଲାଗିଲା । ଇଜ୍ରାଏଲ ସରକାରଙ୍କୁ ଅବମାନନା କରୁଥିବା ପାଲେଷ୍ଟାଇନ୍ ନାଗରିକଙ୍କୁ ଘରଦ୍ୱାର ଛାଡି ପଳାଇବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହେଲା । ଇଜ୍ରାଏଲର ପଶ୍ଚିମ ପ୍ରାନ୍ତରେ ଖଣ୍ଡ ଖଣ୍ଡ ହୋଇ ରହିଥିବା ପାଲେଷ୍ଟାଇନ୍ ଅଂଚଳକୁ ଇଜ୍ରାଏଲ ନିଜ ଦଖଲକୁ ନେବାକୁ ଚାହୁଁଥିବା ଅଭିଯୋଗ ହୋଇଥିଲା । ଆଉ ପାଲେଷ୍ଟାଇନ୍ ଚାହୁଁଥିଲା ସମ୍ପୂର୍ଣ୍ଣ ପଶ୍ଚିମପ୍ରାନ୍ତର ଦଖଲ । ଏହାକୁ ନେଇ ପାଲେଷ୍ଟାଇନ୍ ଆନ୍ଦୋଳନ ଦିନକୁ ଦିନ ବଢିବାରେ ଲାଗିଲା । ଇସ୍ରାଏଲ, ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ଦେଶ ହମାସକୁ ଏକ ଆତଙ୍କବାଦୀ ସଙ୍ଗଠନ ରୂପେ ଦେଖୁଛି । ମାତ୍ର ସେପଟେ ଇରାନ, କତାର ଭଳି ଦେଶ ଅଛନ୍ତି ଯେଉଁମାନେ ହମାସକୁ ସମର୍ଥନ କରୁଛନ୍ତି । ଇଜ୍ରାଏଲ ହେଉଛି ଇହୁଦୀ ବହୁଳ ଦେଶ । ଆଉ ଇହୁଦୀଙ୍କ ବିନାଶ କରିବାକୁ ଚାହୁଁଛନ୍ତି ହମାସ ଆତଙ୍କବାଦୀ ସଙ୍ଗଠନ ।