ସମ୍ବଲପୁରରେ ଗୁଟକା କମ୍ପାନୀରେ ଚଢାଉ : ୩ ସ୍ଥାନରେ ଏକକାଳିନ ଚଢାଉ, ଷ୍ଟେଟ୍ ଏନଫୋର୍ସମେଂଟ ବିଭାଗ ଚଢାଉରେ ଗୁଟକା କାରଖାନାରୁ ନକଲି କାଗଜପତ୍ର ଜବତ; ୩ଟି ମାଲ ବୋଝେଇ ଟ୍ରକ୍ ଅଟକ ରଖି ଛାନଭିନ୍ 

174

କନକ ବ୍ୟୁରୋ : ସମ୍ବଲପୁରର ବିଭିନ୍ନ ଗୁଟଖା କଂପାନୀ ଉପରେ ଚଢାଉ । ଜାଲ କାଗଜପତ୍ର ଜରିଆରେ ଟିକସ ଫାଙ୍କି ଅଭିଯୋଗରେ ଚଢାଉ କରିଛି ଜିଏସଟି ଷ୍ଟେଟ ଏନଫୋର୍ସମେଂଟ ସ୍କ୍ୱାର୍ଡ । ପ୍ରାଥମିକ ତଦନ୍ତରୁ କୋଟିଏ ଟଙ୍କାର ଜିଏସଟି ଓ ଅନ୍ୟ ଟିକସ ଠକେଇ ହୋଇଥିବା ସୂଚନା ମିଳିଛି । ତେଣୁ ସଂପୃକ୍ତ ବ୍ୟବସାୟୀମାନଙ୍କୁ ୧ କୋଟି ପର୍ଯ୍ୟନ୍ତ ଜରିମାନା ହୋଇପାରେ । ସମ୍ବଲପୁରରେ ଏକକାଳୀନ ତିନିଟି ସ୍ଥାନରେ ଚଡାଉ ଚାଲିଛି ।

ଗୁଟଖା ଫ୍ୟାକ୍ଟ୍ରିରୁ ଜାଲ କାଗଜପତ୍ର ଜବତ ହୋଇଥିବା ବେଳେ ୩ଟି ମାଲ ବୋଝେଇ ଟ୍ରକକୁ ଅଟକ ରଖାଯାଇଛି । ମାଲିକମାନେ ଜାଲ କାଗଜପତ୍ର ଓ ଦସ୍ତାବିତ ତିଆରି କରି ଟିକସ ଫାଙ୍କୁଥିଲେ ବୋଲି ଜଣାପଡିଛି । ଆଜି ଚଢାଉ କରୁଥିବା ଟିମରେ ଭୁବନେଶ୍ୱର, ରାଉରକେଲା ଓ ସମ୍ବଲପୁରର ବହୁ ଅଧିକାରୀ ସାମିଲ ଅଛନ୍ତି ।