କନକ ବ୍ୟୁରୋ: ଗଞ୍ଜାମର ଅଭାବନୀୟ ଘଟଣା । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପଶି ଆକ୍ରମଣ କଲେ ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ୱାମୀ । ଆକ୍ରମଣରେ ଶିକ୍ଷା ଅଧିକାରରୀ ବୀନିତା ମହାରଣା ଆହତ ହୋଇଛନ୍ତି । ମଧ୍ୟାନ ଭୋଜନ ଲାଗି ଯାଉଥିବା ଆକ୍ରମଣ କରାଯାଇଥିବା ସୂଚନା ମଳିଛି । ଆକ୍ରମଣ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ବେଲଗୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ୱାମୀ । ସୂଚନା ମୁତବାକ, କିଛି ମାସ ଧରି ଦରମା ବନ୍ଦ ଥିବାରୁ ବେଲଗୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଥିଲେ ।