କନକ ବ୍ୟୁରୋ : ମଝି ସମୁଦ୍ରରେ ଆକ୍ରମଣ ଉଦ୍ୟମ । ବନ୍ଧୁକ ଦେଖାଇ ବନ ବିଭାଗ ଟିମକୁ ଘେରିଲେ ଟ୍ରଲର ମାଫିଆ । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍ ରିଡଲେଙ୍କୁ ସୁରକ୍ଷା ଦେବା ପାଇଁ ପଇଁତରା ମାରୁଛନ୍ତି ବନ ବିଭାଗ କର୍ମଚାରୀ । ଫରେଷ୍ଟର ମଦନ ହାଁସଦାଙ୍କ ନେତୃତ୍ୱରେ ବଜରଙ୍ଗବାଲୀ ଟ୍ରଲରରେ ବନ ବିଭାଗ କର୍ମଚାରୀ ଗହୀରମଥାରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଟ୍ରଲର ମାଫିଆମାନେ ବନ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଏକାସାଙ୍ଗରେ ୧୭ଟି ଟ୍ରଲର ପାଟ୍ରୋଲିଂ ଟିମକୁ ଘେରି ଯାଇଥିଲେ । ଡିଏଫଓ ଏବଂ ଏସପିଙ୍କୁ ଏସଂପର୍କରେ ଜଣାଇବା ପରେ ଫାଙ୍କା ଗୁଳି ଚାଳନା କରିବାକୁ ଅନୁମତି ମିଳିଥିଲା । ଏହା ପରେ ଅନ୍ୟ ପେଟ୍ରୋଲିଂ ଟିମ୍ ସେଠାରେ ପହଞ୍ଚି ଯିବାରୁ ବନ କର୍ମଚାରୀମାନେ ବର୍ତିଯାଇଥିଲେ ।
ରାଜନଗରରେ ମଝି ସମୁଦ୍ରରେ ଆକ୍ରମଣ ଉଦ୍ୟମ । ବନ୍ଧୁକ ଦେଖାଇ ବନ ବିଭାଗ ଟିମକୁ ଘେରିଲେ ଟ୍ରଲର ମାଫିଆ
/kanak/media/post_attachments/wp-content/uploads/2024/03/Screen-Shot-2024-03-19-at-8.47.36-AM.png)