କନକ ବ୍ୟୁରୋ : ପୋଲିସ ମିତ୍ର କହି ଫାଷ୍ଟଫୁଡ ଦୋକାନୀଙ୍କୁ ଆକ୍ରମଣ । ରାଜଧାନୀ ସ୍ଥିତ ଚକେଇସିଆଣିରେ ବିଚ ବଜାରରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ୪ ଜଣ ଦୁର୍ବୃତ୍ତଙ୍କ ନାଁରେ ଏ ନେଇ ଆକ୍ରମଣର ଶିକାର ଯୁବକ ଜୀବନ ଜ୍ୟୋତି ମହାନ୍ତି ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି ।
ଦାଦାବଟି ନ ଦେବାରୁ ଜ୍ୟୋତିଙ୍କୁ ଗୋଡେଇ ଗୋଡେଇ ହାଣିଥିବା ଅଭିଯୋଗ ରହିଛି । କିଛି ଜଣ ଯୁବକ ଗତ କିଛିଦିନ ହେବ ହଇରାଣ କରୁଥିଲେ । ଦୋକାନରେ ଖାଇବା ପରେ ଟଙ୍କା ଦେଉ ନଥିଲେ । ଗତକାଲି ଖାଇବାକୁ ଆସିଥିଲେ ହେଲେ ଖାଇବା ଦେବାରେ ବିଳମ୍ବ ହେବାରୁ ରାଗରେ ଏକ ଖଣ୍ଡାରେ ଯୁବକ ମାନେ ଆକ୍ରମଣ କରିଥିଲେ । ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ନିଜକୁ ବାରମ୍ବାର ପୋଲିସ ମିତ୍ର କହି ଡରାଉଥିଲେ ବୋଲି ଜୀବନଜ୍ୟୋତି ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/vlcsnap-2022-10-19-07h52m06s591.png)