କନକ ବ୍ୟୁରୋ : ଟ୍ରମ୍ପଙ୍କ ଉପରେ ଅଛି କି ଜଗନ୍ନାଥଙ୍କ ଆଶୀର୍ବାଦ ? ବିଶ୍ବନିୟନ୍ତା ବଂଚାଇଦେଲେ କି ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ । କାରଣ ଟ୍ରମ୍ପଙ୍କ ଉପରେ ଗୁଳିମାଡ ପରେ ଏବେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କୁହାଯାଉଛି ନ୍ୟୁୟର୍କରେ ଜଗନ୍ନାଥଙ୍କ ରଥଯାତ୍ରା କରିବାରେ ସହଯୋଗ କରିଥିଲେ ଟ୍ରମ୍ପ। ଏଣୁ ତାଙ୍କୁ ମିଳିଥିବା ଜୀବନଦାନ ଦୈବୀକୃପା ବୋଲି କୁହାଯାଉଛି । ଏହି ଘଟଣା ପରିପ୍ରେକ୍ଷୀରେ କୋଲକତା ଇସ୍କନର ଉପାଧ୍ୟକ୍ଷ ରାଧାରମଣ ଦାସ ମଧ୍ୟ ୟୁଜର୍ସଙ୍କ କଥାକୁ ସମର୍ଥନ କହିଛନ୍ତି । ରାଧାରମଣ ଦାସ ଏହି ଘଟଣାରେ ଚିନ୍ତାବ୍ୟକ୍ତ କରିବା ସହିତ କହିଛନ୍ତି, ଆଜିଠାରୁ ଠିକ୍ ୪୮ ବର୍ଷ ପୂର୍ବେ ଟ୍ରମ୍ପ ଜଗନ୍ନାଥ ରଥଯାତ୍ରା ଉତ୍ସବକୁ ବଞ୍ଚାଇଥିଲେ । ଆଜି ସାରା ଦୁନିଆ ପୁଣି ଥରେ ରଥଯାତ୍ରା ଉତ୍ସବ ପାଳନ କରୁଛି । ତେଣୁ ଏଭଳି ସମୟରେ ଟ୍ରମ୍ପଙ୍କ ଉପରେ ଯେତେବେଳେ ଆକ୍ରମଣ ହୋଇଛି ସେହି ସମୟରେ ଜଗନ୍ନାଥ ଟ୍ରମ୍ପଙ୍କ ଜୀବନ ବଞ୍ଚାଇଦେଇଛନ୍ତି । ୧୯୭୬ ମସିହା ଜୁଲାଇ ମାସରେ ଟ୍ରମ୍ପ ରଥ ନିର୍ମାଣ ପାଇଁ ନିଜର ଟ୍ରେନ ୟାର୍ଡ ମାଗଣାରେ ଦେଇ ଇସ୍କନ ଭକ୍ତଙ୍କୁ ରଥଯାତ୍ରା ଆୟୋଜନରେ ସହାୟତା କରିଥିଲେ । ରିୟଲ ଇଷ୍ଟେଟ ଟାଇକନ ଟ୍ରମ୍ପଙ୍କ ସେହି ବଦାନ୍ୟତା ବିଷୟରେ ଶ୍ରୀ ଦାସ ବର୍ଣ୍ଣନା କରିଛନ୍ତି ।