ଉଦଳା ଉପଖଣ୍ଡ ଡାକ୍ତରଖାନାରେ ଭଙ୍ଗାରୁଜା। ଯୁବକଙ୍କ ଉନ୍ମତକାଣ୍ଡରେ ଆଉଟଡୋର ଚୁରମାର

223

କନକ ବ୍ୟୁରୋ: ରଣକ୍ଷେତ୍ର ପାଲଟିଲା ଉଦଳା ଉପଖଣ୍ଡ ଡାକ୍ତରଖାନା । ଗତକାଲି ରାତିରେ କିଛି ଯୁବକ ଡାକ୍ତରଖାନାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଗଣ୍ଡଗୋଳରେ ଆଉଟଡୋର ଚୁରମାର ହୋଇଯାଇଛି । ଗଣ୍ଡଗୋଳ ଘଟାଇଥିବା ୩ ଯୁବକଙ୍କୁ କାବୁ କରିଛି ଉଦଳା ପୋଲିସ । ଗଣ୍ଡଗୋଳ ପରେ ଡାକ୍ତରଖାନା ଡାକ୍ତର ଓ କର୍ମଚାରୀ ଆଜି ସକାଳୁ ଧାରଣାରେ ବସିଛନ୍ତି ।

ଗତକାଲିର ଏହି ଘଟଣାବେଳେ ଭୟରେ ସୁରକ୍ଷା କର୍ମଚାରୀ ଓ ଡାକ୍ତର କର୍ମଚାରୀ ପଳାଇଥିଲେ । ମନଇଚ୍ଛା ଯୁବକମାନେ ଆସବାବପତ୍ର ସହ ଉପକରଣକୁ ଭାଙ୍ଗି ଛିନଛତ୍ର କରିଦେଇଥିଲେ । ପୋଲିସ ଘଟଣାରେ ତଦନ୍ତ କରୁଛି । ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ଦେଖାଦେଇଛି ।