ଛତିଶଗଡ଼ରେ ଏଆଇସିସି ଅଧିବେଶନ ପୂର୍ବରୁ କଂଗ୍ରେସକୁ ଝଟକା। ୧୪ଟି ସ୍ଥାନରେ ଚଢାଉ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

108

କନକ ବ୍ୟୁରୋ: ଛତିଶଗଡରେ ପ୍ରବର୍ତନ ନିର୍ଦ୍ଦେଶାଳୟ କରିଛି ବଡ ଧରଣର ଚଢାଉ । ଏହି ଚଢାଉ ହୋଇଛି କଂଗ୍ରେସର କିଛି ନେତା ଓ ବିଧାୟକଙ୍କ ଠିକଣା ଉପରେ । କୋଇଲା ଦୁର୍ନୀତିକୁ ନେଇ ଏହି ଚଢାଉ କରାଯାଇଥିବା କହିଛି ଇଡି । ଘଟଣାକୁ ନେଇ ବିଜେପିି ଉପରେ ସିଧା ଟାର୍ଗେଟ କରିଛି କଂଗ୍ରେସ । ୪ ଦିନ ପରେ କଂଗ୍ରେସ ରାଜ୍ୟସ୍ତରୀୟ ଅଧିବେଶନ ହେବ । ଏହାକୁ ବିଗାଡିବା ପାଇଁ ବିଜେପି ସରକାରୀ ତଦନ୍ତକାରୀ ସଂସ୍ଥାକୁ ହାତ କରି ଏଭଳି ଚଢାଉ କରିଥିବା କହିଛି କଂଗ୍ରେସ । ଦଳ ଏକଥା ମଧ୍ୟ କହିଛି କି ବିଗତ ୯ବର୍ଷ ଭିତରେ ଯେଉଁ ଚଢାଉ କରାଯାଇଛି ସେଥିରେ ୯୫ ପ୍ରତିଶତ ବିରୋଧୀ ଦଳ ନେତା ରହିଛନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି ଆଦାନୀ ଦୁର୍ନୀତିର ଖୁଲ୍ଲାସା ଓ ଭାରତ ଯୋଡ ଯାତ୍ରାର ସଫଳତାରେ ବିଚଳିତ ବିଜେପି ଏଭଳି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରୁଛି । ସେପଟେ ବିଜେପି ମଧ୍ୟ ଜବାବ ରଖିଛି ।