କନକ ବ୍ୟୁରୋ : କଲେଜ କିରାଣୀଙ୍କୁ ଗୋଡାଇ ଗୋଡାଇ ହାଣିଲେ ୩ ଯୁବକ । ତାହା ବି ପୁଣି କଲେଜ ସାମ୍ନାରେ । ଏଭଳି ଏକ ଅଭାବନୀୟ ଘଟଣା ଦିଗପହଣ୍ଡିର କେ. ନୂଆଗା ଅଞ୍ଚଳର ବୋମୋକେଇ କଲେଜରେ ଦେଖିବାକୁ ମିଳିଛି । ସଂଘବଦ୍ଧ ଆକ୍ରମଣରେ କିରାଣୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ମୁତାବକ, ବୋମୋକେଇ କଲେଜରେ କିରାଣୀ ଭାବେ କାର୍ଯ୍ୟ କରୁଥିବା ନିରାକାର ପ୍ରଧାନ ଆଜି ସକାଳ ୧୦ଟାରେ କଲେଜ ଆସୁଥିବା ବେଳେ ତାଙ୍କ ଉପରେ ଏଭଳି ସଂଘବଦ୍ଧ ଆକ୍ରମଣ ହୋଇଥିଲା । ବାଇକରେ ୩ ଯୁବକ କଲେଜ ପରିସରରେ ପହଞ୍ଚି ନିରାକାରଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ତେବେ ନିରାକାର କଳେ ବଳେ ସେଠାରୁ ଦୌଡି ପଳାଇ ଆସିବାରୁ ଜୀବନ ବଞ୍ଚାଇପାରିଥିଲେ । ତେବେ ଖଣ୍ଡା ଚୋଟରେ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ଏହି ଘଟଣା ପରେ କଲେଜରେ କୋକୁଆ ଭୟ ସୃଷ୍ଟି ହେବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତେବେ ନିରାକରଙ୍କ ଉପରେ କେଉଁ କାରଣରୁ ଆକ୍ରମଣ ହୋଇଛି ତାହା ଏଯାଏଁ ଜଣାପଡିନାହିଁ । ଆକ୍ରମଣ ପରେ ୩ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।