କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ପ୍ରାର୍ଥୀଙ୍କ ଗାଡିକୁ ଭଙ୍ଗାରୁଜା ଅଭିଯୋଗ । ରାଜନୈତିକ ଆକ୍ରୋଶରୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଥାନୁଆଳ ପଂଚାୟତରେ ପ୍ରାର୍ଥୀଙ୍କ ଗାଡି ଭଙ୍ଗାରୁଜା ହୋଇଥିବା ଅଭିଯୋଗ ଆସିଛି । ପ୍ରଚାର ସମୟରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳରୁ ଗାଡି ଭଙ୍ଗାରୁଜା ଯାଏଁ କଥା ଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଥାନୁଆଳ ପଂଚାୟତରେ ବିଜେଡିର ଜିଲ୍ଲାପରିଷଦ ପ୍ରାର୍ଥୀ ସ୍ମୃତିରେଖା ବେହେରାଙ୍କ ସହ ପ୍ରଚାର କରୁଥିଲେ ବିଜେଡି ସମର୍ଥିତ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀ ।

Advertisment

ଥାନୁଆଳ ହାଟପଡିଆ ନିକଟରେ ବିଜେପି ଦଳର କେତେକ ସମର୍ଥକ ପ୍ରଚାର ରାଲି ଭିତରେ ଏକ ଗାଡି ପୁରାଇବାକୁ ଉଦ୍ୟମ କରିଥିଲେ । ଏହାକୁ ବିରୋଧ କରିଥିଲେ ବିଜେଡି କର୍ମୀ ଓ ସମର୍ଥକ । ଯାହାକୁ ନେଇ ଯୁକ୍ତିତର୍କ ହେଲା ଓ ଉତେଜନା ବଢିଥିଲା । ପରେ ବିଜେପି ସମର୍ଥକ ମାନେ ବିଜେଡି ପ୍ରାର୍ଥୀଙ୍କ ଗାଡିକୁ ଆକ୍ରମଣ କରି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଲାଇଛି ।