କନକ ବ୍ୟୁରୋ : ଗୋଟେପଟେ ନୂଆ ସରକାର ଗଠନ, ଅନ୍ୟପଟେ ଜମ୍ମୁକାଶ୍ମୀରେ ବଢ଼ିଲାଣି ଆତଙ୍କୀଙ୍କ ଉତ୍ପାତ । ୩ଦିନରେ ୩ଥର ଆତଙ୍କୀ ଆକ୍ରମଣ ଘଟଣା ଚିନ୍ତାର ବିଷୟ ପାଲଟିଛି ।ମଙ୍ଗଳବାର କଠୁଆ ଜିଲ୍ଲାର ହୀରାନଗର ସେକ୍ଟରରେ ଥିବା ସୁଖଲ ଗାଁରେ ଆତଙ୍କୀ ଆକ୍ରମଣ ଘଟଣାରେ ଜଣେ ଯବାନ ସହିଦ ହେବା ସହ ଦୁଇ ଆତଙ୍କୀ ନିହତ ହୋଇଛନ୍ତି । ସେପଟେ ଡୋଡାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ସଂଘର୍ଷରେ ୪ଜଣ ଯବାନ ଗମ୍ଭୀର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଏଠାରେ ଥିବା ସେନାର ଅସ୍ଥାୟୀ ଶିବିର ଉପରେ ଆକ୍ରମଣ କରିଥିଲେ ଆତଙ୍କୀ । ସେପଟେ ଆକ୍ରମଣକୁ ବିରୋଧ କରି ବିଭିନ୍ନ ସଂଗଠନ ପାକିସ୍ତାନ ବିରୋଧରେ ଜୋରଦାର ବିକ୍ଷୋଭ କରୁଛନ୍ତି ।
ଚାଲିଛି ସରକାର ଗଠନ, ସେପଟେ ବଢ଼ୁଛି ଆତଙ୍କୀଙ୍କ ଉତ୍ପାତ । ୩ଦିନରେ ତିନୋଟି ଆକ୍ରମଣରେ ଥରହର ଜମ୍ମୁକାଶ୍ମୀର
/kanak/media/post_attachments/wp-content/uploads/2024/06/3-19.jpg)