୩୨ ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ: ଗାଜା ପଟ୍ଟିରେ ହମାସର ୪ ହଜାର ହମାସ ଆଡ୍ଡା ଉପରେ ଆକ୍ରମଣ

141

କନକ ବ୍ୟୁରୋ: ୩୨ ଦିନରେ ପହଁଚିଛି ଇସ୍ରାଏଲ-ହମାସ ଯୁଦ୍ଧ । ଗାଜା ପଟ୍ଟିରେ ହମାସ ବିରୋଧରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଖୋଜି ଖୋଡି ହମାସ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରୁଛି ଇସ୍ରାଏଲ ସେନା । ଉତର ଗାଜାର ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରାଇକ ମାଧ୍ୟମରେ ହମାସର ପ୍ରାୟ ୪୦୦ଠିକଣା ଉପରେ ଆକ୍ରମଣ କରିବା ସହ ନିଜ କବଜାକୁ ନେଇଛି ଇସ୍ରାଏଲ । ହମାସ ଆତଙ୍କୀ ମାନେ ମଧ୍ୟ ଇସ୍ରାଏଲ ସେନା ଉପରେ ଆକ୍ରମଣ ଜାରି ରଖିଛନ୍ତି । ସେପଟେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି । ଦୁଇ ପକ୍ଷ ମଧ୍ୟରେ ଚାଲିଥିବା ଏହି ଘମାଘୋଟ ଯୁଦ୍ଧକୁ ରୋକିବାକୁ ଭାରତ ସରକାର ଉଦ୍ୟମ କରନ୍ତୁ ବୋଲି ଆହ୍ୱାନ ଜଣାଇଛନ୍ତି ଇରାନ ରାଷ୍ଟ୍ରପତି । ଗାଜା ଉପତ୍ୟୋକରେ ଚାଲିଥିବା ନରସଂହାରକୁ ରୋକିବାକୁ ଭାରତ ତାର ପ୍ରଭାବକୁ ଉପଯୋଗ କରିବା ଉଚିତ ବୋଲି କହିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଯୁଦ୍ଧ ନେଇ ଆଲୋଚନା ହୋଇଥିବା ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି ।