ମାର୍କେଟ ବିଲ୍ଡିଂରେ ଆତଙ୍କ ଖେଳାଇଲେ ମୁଖାପିନ୍ଧା ଦୁର୍ବୁତ୍ତ । ଭାଙ୍ଗି ଚାଲିଲେ ଗୋଟାଏ ପରେ ଗୋଟାଏ ଦୋକାନ । ଗୁପଚୁପ, ଚାଟ ଦୋକାନୀଙ୍କୁ ଟାର୍ଗେଟ । ଭୟଭୀତ ଲୋକେ

753

କନକ ବ୍ୟୁରୋ: ମାର୍କେଟ ବିଲ୍ଡିଂରେ ମାତିଲେ ମୁଖାପିନ୍ଧା ଦୁର୍ବୃତ୍ତା ଭୁବନେଶ୍ୱର ସ୍ଥିତ ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ । ମଝି ବଜାରରେ ଦୋକାନୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଦୁର୍ବୃତ୍ତ । ପ୍ରାୟ ୩୦ରୁ ଅଧିକ ମୁଖାପିନ୍ଧା ଦୁର୍ବୃୃତ୍ତ ଆସି ରାସ୍ତା ଉପରେ ଦୋକାନ ଖୋଲି ବସିଥିବା ଦୋକାନୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି ।

ତେବେ ବଜାର ଭିତରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ପରେ ଲୋକେ ଭୟଭୀତ ଥିବା ସୂଚନା । ସନ୍ଧ୍ୟା ସମୟରେ ମାର୍କେଟ ବିଲ୍ଡିଂରେ ଲୋକଙ୍କ ଗହଳି ଲାଗିଥାଏ । ଆଉ ଏହି ସମୟରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ପରେ ଡରିଯାଇଛନ୍ତି ଲୋକେ । ତେବେ ଆକ୍ରମଣର କାରଣ ଏଯାଏଁ ସ୍ପଷ୍ଟ ଜଣା ପଡିନଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ବିଶେଷକରି ମୁଖାପିନ୍ଧା ଦୁର୍ବୃତ୍ତମାନେ ଗୁପଚୁପ ଏବଂ ଚାଟ ଦୋକାନୀଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି ।