କନକ ବ୍ୟୁରୋ: କଶ୍ମୀର ଟାଇଗର୍ସ କିମ୍ବା ରେଜିଷ୍ଟାନ୍ସ ଫ୍ରଣ୍ଟ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି । କିନ୍ତୁ ଯେଉଁଠି ଜୈଶ-ଏ-ମହମ୍ମଦ, ଲସ୍କର-ଇ-ତୋଏବା ଓ ହିଜବୁଲ ମୁଜାହିଦ୍ଦିନ ଭଳି ସଂଗଠନ ସକ୍ରିୟ ରହୁଥିଲା । ସେହି ସ୍ଥାନରେ ହାଠତ ଏପରି ସଂଗଠନ ସକ୍ରିୟ ହେବା ଏବଂ ପୁରୁଣା ଆତଙ୍କୀ ସଂଗଠନ ନିରବ ରହିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ପୁରୁଣା ଆତଙ୍କବାଦୀ ସଂଗଠନର ଅନ୍ତ ଘଟିଛି ବୋଲି ବାର୍ତ୍ତା ଦେଇ ନୂଆ ସଂଗଠନ ଜରିଆରେ ପାକିସ୍ତାନ ଆକ୍ରମଣ କରାଉଛି ବୋଲି କୁହାଯାଉଛି । ଏହାର ଲିଙ୍କ ବୁଝିବାକୁ ହେଲେ ଆପଣଙ୍କୁ ଆମେ ୫ ଅଗଷ୍ଟ ୨୦୧୯କୁ ନେଇ ଯାଉଛୁ । ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ପୂର୍ବରୁ ଉପତ୍ୟକାରେ ସୁରକ୍ଷା ବାହିନୀ ମୁତୟନ କରାଯାଇଥିଲା। ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ହୁଅନ୍ତୁ କିମ୍ବା ଲସ୍କର-ଇ-ତୋଏବା କିମ୍ବା ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ହୁଅନ୍ତୁ, ସମସ୍ତେ ନିପାତ ହୋଇଥିଲେ। ଅପରେସନ୍ କ୍ଲିନ୍ ଚଳାଇ ଦୁଇ ବର୍ଷ ମଧ୍ୟରେ ୫୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ଏକ ପ୍ରକାରେ ଉପତ୍ୟକାରେ ଶାନ୍ତି ଆସିଥିଲା। ଏହା ସହିତ ପାକିସ୍ତାନ ଉପରେ ଚାପ ବଢିବାରେ ଲାଗିଲା, କାରଣ ନିହତ ଆତଙ୍କବାଦୀଙ୍କ ପାକିସ୍ତାନ ସହ ସିଧାସଳଖ ସମ୍ପର୍କ ଥିଲା ଏବଂ ଭାରତ ବାରମ୍ବାର ଅନ୍ତର୍ଜାତୀୟ ମଞ୍ଚରେ ଏହି ପ୍ରସଙ୍ଗ ଉଠାଇଥିଲା ।
ପାକିସ୍ତାନ ପ୍ରଥମେ ରଣନୀତି ଅଧୀନରେ ନିଜକୁ ସୁରକ୍ଷିତ ରଖିବାକୁ ଏବେ କରିଛି । ଏବଂ ଏଥିପାଇଁ ପୁରୁଣା ଆତଙ୍କବାଦୀ ସଂଗଠନଗୁଡ଼ିକୁ ନାମ ପରିବର୍ତ୍ତନ କରିବାକୁ କହିଥିବା କୁହାଯାଉଛି। ତେଣୁ ଦକ୍ଷିଣ କଶ୍ମୀରର ଅନନ୍ତନାଗର ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ମୁଫ୍ତି ଅଲତାଫ ଓରଫ ଅବୁ ଜର ପାକିସ୍ତାନକୁ ବଞ୍ଚାଇବା ପାଇଁ ଜାନୁଆରୀ ୨୦୨୧ରେ ଏକ ନୂଆ ସଂଗଠନ ଗଢିଥିଲା । ଏକ ଅନଲାଇନ୍ ଭିଡିଓରେ ଅବୁ ଜର କହିଛି ଯେ ଏବେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପାଇଁ ଏକ ନୂଆ ସଂଗଠନ ଗଠନ କଶ୍ମୀର ଟାଇଗର୍ସ ଗଠନ କରାଯାଇଛି। ଯେତେବେଳେ ଜୈସ ନିଜର ନୂଆ ସଂଗଠନ ଗଠନ କଲା, ତେଣୁ ହିଜବୁଲ ମୁଜାହିଦ୍ଦିନ, ଲସ୍କର-ଇ-ତୋଏବା ନିଜ ସଂଗଠନର ନାମ ପିପୁଲ୍ସ ଏଗେନେଷ୍ଟ ଫାସିଷ୍ଟ ଫୋର୍ସ ରଖିଛନ୍ତି। ସେହିପରି ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟକୁ ଜୈଶ-ଏ-ମହମ୍ମଦ ସମର୍ଥନ କରିଥିଲା।
ତିଆରି ହୋଇଥିବା ନୂଆ ଆତଙ୍କବାଦୀ ସଂଗଠନ ନିଜ ନାମକୁ ଏପରି ଭାବେ ରଖିଛନ୍ତି ଯେ ସେମାନେ କୌଣସି ଧର୍ମ କିମ୍ବା କୌଣସି ନିର୍ଦ୍ଦିଷ୍ଟ ବିଚାରଧାରା ସହ ଯୋଡ଼ି ହୋଇଛନ୍ତି ବୋଲି ହଠାତ ବୁଝାପଡିବ ନାହିଁ। ଏପରି କରି ପାକିସ୍ତାନ ପରୋକ୍ଷରେ ନୂଆ ଚାଲ ଖେଳିଛି ବୋଲି କୁହାଯାଉଛି ।
ପାକିସ୍ତାନ ତା'ର ଆତଙ୍କବାଦୀ ସଂଗଠନର ନାମ ବଦଳାଇଦେଇଛି । କିନ୍ତୁ କାମ ସମାନ। ହଁ, ଗୋଟିଏ ପାର୍ଥକ୍ୟ ଅଛି ଏବଂ ସେହି ପାର୍ଥକ୍ୟ ବହୁତ ବଡ । ପାର୍ଥକ୍ୟ ହେଉଛି ଯେ ଏବେ ଏହି ନୂଆ ସଂଗଠନରେ ଯୋଗ ଦେଉଥିବା ଆତଙ୍କବାଦୀମାନେ ମଧ୍ୟ କଶ୍ମୀରର କିଛି ସ୍ଥାନୀୟ ବାସିନ୍ଦା, ଯେଉଁମାନଙ୍କର ପୂର୍ବରୁ କୌଣସି ଅପରାଧିକ ଇତିହାସ ନାହିଁ । ତେଣୁ ଯଦି ଏହି ଆତଙ୍କବାଦୀମାନେ ଏନକାଉଣ୍ଟରରେ ନିହତ ହୁଅନ୍ତି, ତେବେ ଠିକ୍ ଅଛି, ନଚେତ୍ ଥରେ ଆକ୍ରମଣ କରି ପଳାଇଗଲେ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିବ। ଆଉ ଧରାପଡ଼ିଲେ ସେମାନଙ୍କୁ କଶ୍ମୀରୀ ବୋଲି ଚିହ୍ନଟ କରାଯାଏ, ତେବେ ପାକିସ୍ତାନ ପରୋକ୍ଷରେ ତା'ର ଉଦ୍ଦେଶ୍ୟରେ ସଫଳ ହେବ।