ଫ୍ରାନ୍ସରେ ଚର୍ଚ୍ଚ ଉପରେ ଆକ୍ରମଣ, ଆତତାୟୀର ଛୁରାମାଡରେ ୩ ମୃତ । ସ୍ଥାନୀୟ ମେୟର କହିଲେ ଆତଙ୍କବାଦୀ ଆକ୍ରମଣ

257

କନକ ବ୍ୟୁରୋ : ପେଗାମ୍ବର କାର୍ଟୁନ ବିବାଦରେ ଜଣେ ଶିକ୍ଷକଙ୍କ ଗଳାକାଟି ହାତ୍ୟା କରିବା ପରେ ଏବେ ଫ୍ରାନ୍ସରେ ସେହିଭଳି ଏକ ବର୍ବର ହତ୍ୟା ମାମଲା ସାମ୍ନାକୁ ଆସିଛି । ଫ୍ରାନ୍ସରେ ଏକ ଚର୍ଚ୍ଚରେ ଜଣେ ଆତତାୟୀ ଜଣେ ମହିଳାଙ୍କ ଗଳାକାଟି ହତ୍ୟା କରିବା ସହ ଅନ୍ୟ ୨ ଜଣଙ୍କୁ ଛୁରୀମାରି ହତ୍ୟା କରିଛନ୍ତି । ଏହି ଘଟଣା ଫ୍ରାନ୍ସର ନାଇସ୍ ସହରରେ ଘଟିଛି । ସହରର ମେୟର ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି ।

ସ୍ଥାନୀୟ ମେୟର କ୍ରିଶ୍ଚିୟନ ଇସତୋଷୀ କହିଛନ୍ତି କି ଏହି ଆତତାୟୀ ଆକ୍ରମଣ ସହରର ନୋଟେଡ୍ରେମ୍ ଚର୍ଚ୍ଚରେ ହୋଇଛି । ପୋଲିସ ଆତତାୟୀ ଜଣଙ୍କୁ ଗିରଫ୍ କରିଛି । ପୋଲିସ କହିଛି କି ଆତତାୟୀ ଜଣକ ୨ ଜଣଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରିବା ସହ ଜଣେ ମହିଳାଙ୍କ ଗଳାକାଟି ହାତ୍ୟା କରିଛି । ଅନ୍ୟପଟେ ଆତତାୟୀଙ୍କ ଆକ୍ରମଣରେ ଅନେକ ଲୋକ ଗୁରୁତର ହୋଇଛନ୍ତି ।

ଅନ୍ୟପଟେ ଫ୍ରାନ୍ସ ଆତଙ୍କବାଦୀ ନିରୋଧ ବିଭାଗ କହିଛି କି ତାଙ୍କୁ ଏହି ଆକ୍ରମଣ ଘଟଣାର ଯାଂଚ ପାଇଁ ଦାୟିତ୍ୱ ଦିଆଯାଇଛି । ଘଟଣା ସ୍ଥଳରେ ମହଜୁଦ ଥିବା ଜଣେ ପତ୍ରକାରଙ୍କ ସୂଚନା ମୁତାବକ ଏଭଳି ଘଟଣା ଘଟିବା ପରେ ଯବାନ ମାନେ ଚର୍ଚ୍ଚକୁ ଘେରି ଯାଇଥିଲେ । ଏହା ପରେ ଯବାନ ମାନଙ୍କ ସହାୟତାରେ ଆହତ ମାନଙ୍କୁ ମେଡିକାଲ ପଠାଯିବା ସହ ମୃତଦେହ ଗୁଡିକୁ ଉଦ୍ଧାର କରାଯାଇଥିଲା ।

ଫ୍ରାନ୍ସର ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ କି ପେଂଗାବର କାର୍ଟୁନ ଦେଖାଇବା ପରେ ତାଙ୍କୁ ହତ୍ୟା କରାଯାଇଥିଲା । ଯାହାକୁ ନେଇ ଏବେ ଫ୍ରାନ୍ସରେ ଧାର୍ମିକ ହିଂସା ଲାଗି ରହିଛି । ସେହି ସମୟରେ ଚର୍ଚ୍ଚ ଉପରେ ଆକ୍ରମଣ ଦେଶର ଆଇନ ବ୍ୟବସ୍ଥା ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଏହା ସହ ଚର୍ଚ୍ଚ ଆକ୍ରମଣ ପଛରେ କଣ ରହିଛି ଉର୍ଦ୍ଦେଶ୍ୟ ତାହା ସ୍ପଷ୍ଟ ହୋଇ ନାହିଁ ।

ପେଂଗାବର କାର୍ଟୁନକୁ ନେଇ ହୋଇଥିବା ହତ୍ୟା ପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଅଭିବ୍ୟକ୍ତି ଉପରେ ସ୍ୱାଧିନତା ଓ ଧର୍ମର ଉପହାସକୁ ନେଇ ସମର୍ଥନ ଜଣାଇଥିଲେ । ଏହାକୁ ନେଇ ସେ ଅନେକ ମୁସଲିମ୍ ରାଷ୍ଟ୍ର ତରଫରୁ ସମାଲୋଚନାର ଶିକାର ହୋଇଥିଲେ ।