ଭାରତୀୟ ଜନତା ପାର୍ଟି(ବିଜେପି)ର ଭୋପାଳ ଲୋକସଭା ପ୍ରାର୍ଥୀ ସ୍ୱାଧୀ ପ୍ରଜ୍ଞା ସିଂହ ଠାକୁର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ହେମନ୍ତ କରକରେଙ୍କୁ ଅପମାନିତ କରି ତାଙ୍କ ବିପକ୍ଷରେ ନିଜର ମତ ରଖିଛନ୍ତି। ସ୍ୱାଧୀ ପ୍ରଜ୍ଞା କହିଛନ୍ତି କି, ସେ ଦେଇଥିବା ଅଭିଶାପ କାରଣରୁ ହେମନ୍ତଙ୍କ ମୃତ୍ୟୁ ଘଟିଛି।
ମୁମ୍ବାଇ ଆକ୍ରମଣରେ ପ୍ରାଣ ହରାଇଥିବା ପୂର୍ବତନ ଆଣ୍ଟି ଟେରୋରିଷ୍ଟ ସ୍କ୍ଵାଡ(ଏଟିଏସ୍) ମୁଖ୍ୟ ହେମନ୍ତ ଜଣେ ଦେଶଦ୍ରୋହୀ ଥିଲେ ବୋଲି ସ୍ୱାଧୀ ପ୍ରଜ୍ଞା ଅଭିଯୋଗ ଆଣିଛନ୍ତି। ପୂର୍ବରୁ ବି ଅନେକ ଥର ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସ୍ୱାଧୀ ପ୍ରଜ୍ଞା ଚର୍ଚ୍ଚାରେ ରହିସାରିଛନ୍ତି। ଏଥର ସେ କହିଛନ୍ତି କି ‘ମୁଁ ପୂର୍ବତନ ଆଣ୍ଟି ଟେରୋରିଷ୍ଟ ସ୍କ୍ଵାଡ(ଏଟିଏସ୍) ମୁଖ୍ୟ ହେମନ୍ତ କରକରେଙ୍କୁ କହିଥିଲି କି ତୋ’ର ସର୍ବନାଶ ହେବ ବୋଲି। ମୁଁ ତାକୁ ଭେଟିବା ବେଳେ ସେ ଆଭାସ ମୋତେ ମିଳିସାରିଥିଲା। ମୁଁ ତାକୁ ଏପରି କହିବାର ଠିକ୍ ଦେଢ଼ ମାସ ଭିତରେ ଆତଙ୍କବାଦୀ ଗୁଳିରେ ତା’ ଜୀବନ ଗଲା।’
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/SADHVI.jpg)
/kanak/media/post_attachments/wp-content/uploads/2019/04/Untitled-design-2019-04-19T120010.111-300x200.png)