ଲାଲକିଲ୍ଲାରୁ କୋଲକାତା ପ୍ରସଙ୍ଗ ଉଠାଇ ଚିନ୍ତାବ୍ୟକ୍ତ କଲେ ମୋଦୀ । ମହିଳାଙ୍କୁ ଅତ୍ୟାଚାର ନେଇ ସାରା ଦେଶରେ ବଢୁଛି ଆକ୍ରୋସ, ସେପଟେ ବାଂଲାଦେଶ ସ୍ଥିତିକୁ ନେଇ ବି ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ଲାଲକିଲ୍ଲାରୁ କୋଲକାତା ପ୍ରସଙ୍ଗ ଉଠାଇ ଚିନ୍ତାବ୍ୟକ୍ତ କଲେ ମୋଦୀ । ମହିଳାଙ୍କୁ ଅତ୍ୟାଚାର ନେଇ ସାରା ଦେଶରେ ବଢୁଛି ଆକ୍ରୋସ, ସେପଟେ ବାଂଲାଦେଶ ସ୍ଥିତିକୁ ନେଇ ବି ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ସ୍ବାଧୀନତା ଦିବସରେ ମହିଳା ବିରୋଧୀ ଅପରାଧକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ମାମଲାରେ ବର୍ଷିଛନ୍ତି ମୋଦୀ । ଅପରାଧ ରୋକିବାକୁ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ଉଚିତ । ତେଣୁ ଅପରାଧୀଙ୍କୁ ତୁରନ୍ତ ଦଣ୍ଡ ମିଳିବା ଉଚିତ ବୋଲି ଲାଲକିଲାରେ କହିଛନ୍ତି ମୋଦୀ । ଏଥିପାଇଁ ଦେଶ, ସମାଜ, ରାଜ୍ୟ ଗମ୍ଭୀରତାର ସହ ଚିନ୍ତା କରିବା ଉଚିତ ବୋଲି ସେ ମତ ରଖିଛନ୍ତି ।

ସେପଟେ ବାଂଲାଦେଶ ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ବାଂଲାଦେଶରେ ଅଳ୍ପସଂଖ୍ୟକଙ୍କ ଉପରେ ହେଉଥିବା ହିଂସାକୁ ନେଇ ଚିନ୍ତା ପ୍ରକାଶ ସହ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ ହେବା ଉଚିତ ବୋଲି ମତ ରଖିଛନ୍ତି ନରେନ୍ଦ୍ର ମୋଦୀ । ଭାରତ ପଡ଼ୋଶୀଙ୍କ ସୁଖ ଓ ଶାନ୍ତି ଚାହୁଁଥିବା ସେ କହିଛନ୍ତି । ଖୁବଶୀଘ୍ର ବାଂଲାଦେଶ ବିକାଶ ପଥରେ ଆଗେଇବ ବୋଲି ଆଶା ପ୍ରକାଶ କରିବା ସହ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe