ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ପରିବେଶ । ଅଟ୍ରିର ହଟକେଶ୍ୱର ଦେବଙ୍କ ପୀଠରେ ଏବେଠୁ ଲାଗିଲାଣି ଭିଡ

173

କନକ ବ୍ୟୁରୋ: ଅଟ୍ରିରେ ମକର ମେଳା ନେଇ ପ୍ରସ୍ତୁତି ଶେଷ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରାଯାଉଛି । ଏନେଇ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି ।

ଖୋର୍ଦ୍ଧାର ପ୍ରସିଦ୍ଧ ଶୈବପୀଠ ହେଉଛି ଅଟ୍ରିର ହଟକେଶ୍ୱର ଦେବଙ୍କ ପୀଠ । ମକର ସଂକ୍ରାନ୍ତିରେ ସମ୍ପୂର୍ଣ୍ଣ ରୀତିନୀତିର ସହ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଲାଗିଥାଏ ମେଳା । ପୂର୍ବବର୍ଷ ଭଳି ଚଳିତଥର ମଧ୍ୟ ଅଟ୍ରି ମକର ମେଳା ମହୋତ୍ସବରେ ମନ୍ଦିର ସେବାୟତଙ୍କ ପ୍ରସ୍ତୁତି ଜୋରଦାର କରାଯାଇଛି । ସେଠାରେ ଥିବା ମାନସିକ କୁଣ୍ଡ ନିକଟରେ ବି ଲାଗିଥାଏ ଗହଳି । ଏହି କୁଣ୍ଡରେ ରାତିରୁ ରହିଛି ଗୁଆ ଖୋଜିବାର ପରମ୍ପରା । ସଙ୍କଳ୍ପ କରି ଶ୍ରଦ୍ଧାଳୁ ମାନେ ଖୋଜିଥାନ୍ତି ଗୁଆ । ଏନେଇ ଦୂରଦୂରାନ୍ତରୁ ଲାଗିଲାଣି ଭିଡ ।

ଅଟ୍ରିର ହଟକେଶ୍ୱର ଦେବଙ୍କ ପୀଠରେ ପୂଜାର୍ଚ୍ଚନା କରାଯିବା ସହ କରାଯିବ ସ୍ୱତନ୍ତ୍ରନୀତି । କେବଳ ପୂଜାର୍ଚ୍ଚନା ନୁହେଁ ମେଳାରେ ଉଠା ଦୋକାନରୁ ନେଇ ଷ୍ଟଲ ସବୁ ଭର୍ତି ହାଇଗଲାଣି । ଚଳଚଞ୍ଚଳ ପରିବେଶ ଭିତରେ ଲୋକଙ୍କ ଭିଡ ନିୟନ୍ତ୍ରଣ କରାଯାଉଛି । ଶୃଙ୍ଖଳା ରଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପୁଲିସ ଓ ପ୍ରଶାସନ ।