ବାଲେଶ୍ୱର ସୋରରେ ଏଟିଏମ ଭାଙ୍ଗି ଟଙ୍କା ଲୁଟ୍ : ଗ୍ୟାସ କଟରରେ ଏଟିଏମକୁ କାଟି ଟଙ୍କା ନେଇଗଲେ ଦୁର୍ବୃତ୍ତ; ସୋର ପୁଲିସର ତଦନ୍ତ ଜାରି

102

କନକ ବ୍ୟୁରୋ : ଏଟିଏମ ଭାଙ୍ଗି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଂଚଳର ଅନ୍ତପୁର ରାସ୍ତା ପାଖ ଛକ ନିକଟରେ ଥିବା ହିଟାଚି ଏଟିଏମ ଓ ବାଗୁଡିରେ ଥିବା ଆକ୍ସିସ ବ୍ୟାଙ୍କର ଏଟିଏମ ତାଡି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି । ବିଳମ୍ବିତ ରାତିରେ ବାଗୁଡି ଛକ ନିକଟରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମକୁ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ କରୁଥିବା ବେଳେ ହେଡ କ୍ୱାର୍ଟର ବମ୍ବେରୁ ସଙ୍ଗେ ସଙ୍ଗେ ସୋର ଥାନାକୁ ଖବର ଦିଆଯାଇଥିଲା ।

ସୋର ଥାନା ଏଏସଆଇ ପ୍ରଦୀପ ମହାନ୍ତି, ଏଏସଆଇ ପ୍ରତାପ କାର୍ଲୋ ଘଟଣାସ୍ଥଳରେ ପହଂଚିଯିବାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ସେହିଭଳି ଅନ୍ତପୁର ଛକ ନିକଟରେ ଥିବା ହିଟାଚି ଏଟିଏମକୁ ଗ୍ୟାସ କଟରରେ କାଟି ସବୁ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ସୂଚନା ମିଳିଛି । ତେବେ କେତେ ଟଙ୍କା ଲୁଟ ହୋଇଛି, ତାହା ଜଣାପଡି ନାହିଁ । ସୋର ପୁଲିସ ତଦନ୍ତ ଚଲାଇଛି ।