କନକ ବ୍ୟୁରୋ : ଏଟିଏମ୍ ଭ୍ୟାନରୁ ଲୁଟ୍ । ଭ୍ୟାନ୍ ଭିତରୁ ଟଙ୍କା ଲୁଟିନେଲେ ଲୁଟେରା । ଆଠଗଡରେ ଏଟିଏମ୍ କ୍ୟାସ୍ ଭ୍ୟାନ୍ ଲୁଟ୍ । ଆଠଗଡ ଷ୍ଟେଟ୍ ବ୍ୟାଙ୍କରୁ ଟଙ୍କା ଲୋଡ୍ କରି ତିଗିରିଆ ଅଭିମୁଖେ ଯାଉଥିବା ବେଳେ ଟଙ୍କା ଭର୍ତ୍ତି ଗାଡିରୁ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।
ଆଙ୍କୁଲା ଛକ ପଟାସ ବଣୀ ନିକଟରେ ମୁଖା ପିନ୍ଧି ଏକ ଗାଡିରେ କିଛି ଦୁର୍ବୃତ ଆସି ଟଙ୍କା ଭର୍ତ୍ତି ଗାଡିକୁ ଅଟକାଇଥିଲେ । କେହି କିଛି ବୁଝିବା ପୂର୍ବରୁ ଭୁଜାଲୀ ଓ ବନ୍ଧୁକ ଦ୍ୱାରା ସୁରକ୍ଷା କର୍ମୀ ଓ ଜଣେ କର୍ମଚାରୀଙ୍କୁ ଆକ୍ରମଣ କରି ଗାଡିକୁ ଲୁଟ୍ କରି ଚମ୍ପଟ ମାରିଥିଲେ । କିଛି ବାଟ ଆସିବା ପରେ ଶଙ୍କରପୁର ଢେଙ୍କାନାଳ ରାସ୍ତାରେ ଗାଡିଟିକୁ ଛାଡି ଟଙ୍କା ବାକ୍ସ ଧରି ଫେରାର ହୋଇଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/1-22.jpg)