କନକ ବ୍ୟୁରୋ : ଆସନ୍ତା ଜାନୁଆରି ପହିଲାରୁ ଦେଶରେ ଏଟିଏମ୍ କାରବାର ମହଙ୍ଗା ହେବ। ମାସିକ ମାଗଣା କାରବାର ଶେଷ ହେବା ପରେ ଗ୍ରାହକଙ୍କୁ କାରବାର ପିଛା ୨୧ ଟଙ୍କା ସହ ଜିଏସଟି ବାବଦକୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ଉଭୟ ଆର୍ଥିକ ଓ ଅଣ ଆର୍ଥିକ କାରବାର ଶୁଳ୍କ ବୃଦ୍ଧିପାଇଁ ଅନୁମତି ପ୍ରଦାନ କରିଛି।
ବର୍ତ୍ତମାନ ଗ୍ରାହକମାନେ ମାଗଣା କାରବାର ସଂଖ୍ୟା ଶେଷ ହେବା ପରେ ପ୍ରତି କାରବାର ପିଛା ୨୦ ଟଙ୍କା ଦେଉଥିବାବେଳେ ଆସନ୍ତା ଜାନୁଆରି ପହିଲାରୁ ଏହା ୨୧ ଟଙ୍କା ହେବ। ୨୦୨୧ ଅଗଷ୍ଟ ପହିଲାରୁ ଇଣ୍ଟରଚେଞ୍ଜ ଶୁଳ୍କ ଆର୍ଥିକ କାରବାର କ୍ଷେତ୍ରରେ ୧୫ ଟଙ୍କାରୁ ୧୭ ଟଙ୍କାକୁ ଏବଂ ଅଣ ଆର୍ଥିକ କାରବାର ୫ ଟଙ୍କାରୁ ୬ ଟଙ୍କାକୁ ବୃଦ୍ଧି ପାଇଁ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କ ଗୁଡ଼ିକୁ ଅନୁମତି ଦେଇଛି।
ନୂଆବର୍ଷରୁ ଏଟିଏମରେ ଟଙ୍କା କାରବାର ହେବ ମହଙ୍ଗା ।
Advertisment
Follow Us