ଆପଣଙ୍କ ସହ କେବେ ଏଭଳି ହୋଇଛି କି ଯେ ଆପଣ ଏଟିଏମ୍ ରୁ ଟଙ୍କା ଉଠାଉଥିବେ ଏବଂ ଏହା ଅଟକି ଯାଇଛି । ଏଭଳି ଅନେକ ଥର ହୁଏ ଯେ ଏଟିଏମରେ ଟଙ୍କା ଅଟକିଯାଏ ଏବଂ ଉପସ୍ଥିତ ଥିବା ଲୋକ ଏଟିଏମ୍ ରେ କାର୍ଡ ବାରମ୍ବାର ପୁରାଇ ବ୍ୟତିବ୍ୟସ୍ତ ହୋଇଯାନ୍ତି । ଏଭଳି ସମୟରେ କେବଳ ଗୋଟିଏ କଥା ହିଁ ମନକୁ ଆସେ ଯେ ଏହି ସମୟରେ ବେଚାରା ସାଧାରଣ ଲୋକ କରିବ ବା କ’ଣ? ଅନେକ ଲୋକ ଏଭଳି ସମୟରେ ବ୍ୟତିବ୍ୟସ୍ତ ବିନା କୌଣସି ପ୍ରମାଣରେ ବ୍ୟାଙ୍କରେ ପହଞ୍ôଚଯାନ୍ତି କିନ୍ତୁ କିଛି ସୁଫଳ ମିଳେନାହିଁ । ତେବେ ଏଭଳି ଉପାୟରେ ଆମେ ଆପଣଙ୍କୁ କିଛି ତରିକା କହିବାକୁ ଯାଉଛୁ ଯାହାକୁ ଆପଣାଇ ଆକାଉଣ୍ଟରୁ କଟିଥିବା ଟଙ୍କା ଫେରସ୍ତ ପାଇପାରିବେ । ଆରବିଆଇ ଏଥିପାଇଁ ନିୟମ ଜାରି କରିଛି କିନ୍ତୁ ଏହା ବିଷୟରେ ଖୁବ୍ କମ୍ ଲୋକ ହିଁ ଜାଣିପାରିଛନ୍ତି ।
ତୁରନ୍ତ ବ୍ୟାଙ୍କ ସହ ସଂପର୍କ କରନ୍ତୁ : ଆରବିଆଇ ନିୟମ ମୁତାବକ,ଖାତାଧାରକ ନିଜ ବ୍ୟାଙ୍କ ଏଟିଏମ୍ ହେଉ କିମ୍ବା ଅନ୍ୟ ଏଟିଏମ୍ ରେ ଟଙ୍କା ଉଠାଇବା ବେଳେ ଯଦି ଆକାଉଣ୍ଟରୁ ଟଙ୍କା କଟେ କିନ୍ତୁ ଏଟିଏମ୍ ରୁ ଟଙ୍କା ବାହାରେ ନାହିଁ ତେବେ ତୁରନ୍ତ ନିକଟସ୍ଥ ନିଜ ବ୍ୟାଙ୍କ ଶାଖାକୁ ଯାଇ ଅଭିଯୋଗ କରନ୍ତୁ । ଯଦି କୌଣସି କାରଣରୁ ବ୍ୟାଙ୍କ ବନ୍ଦ ଅଛି ତେବେ ବ୍ୟାଙ୍କର କଷ୍ଟୋମର୍ କେୟାର୍ ଙ୍କ ସହ ସଂପର୍କ କରନ୍ତୁ । ଆପଣଙ୍କ ଅଭିଯୋଗକୁ ବ୍ୟାଙ୍କ ଶୁଣିବାକୁ ବାଧ୍ୟ ହେବେ । ବ୍ୟାଙ୍କକୁ ଏଥିପାଇଁ ଏକ ସପ୍ତାହର ସମୟ ମଧ୍ୟ ମିଳିବ ।
ଟ୍ରାଞ୍ଚେକସନ୍ ସ୍ଲିପ୍ ପାଖରେ ରଖନ୍ତୁ : ଟ୍ରାଞ୍ଚେକସନ୍ ଫେଲ୍ ହୋଇଯାଇଥିଲେ ମଧ୍ୟ ଏହାର ସ୍ଲିପ୍ କୁ ପାଖରେ ରଖନ୍ତୁ । କୌଣସି କାରଣରୁ ଏଟିଏମରୁ ସ୍ଲିପ୍ ନ ବାହାରିଲେ ବ୍ୟାଙ୍କକୁ ଆପଣ ଷ୍ଟେଟମେଣ୍ଟ୍ ଦେଇପାରିବେ । ବ୍ୟାଙ୍କର କୌଣସି ଶାଖାରେ ଲିଖିତ ଅଭିଯୋଗ ଦେଇପାରିବେ ଏବଂ ଟ୍ରାଞ୍ଚେକସନ୍ ସ୍ଲିପ୍ ର ଫଟୋକପିକୁ ଯୋଡନ୍ତୁ । ଟ୍ରାଞ୍ଚେକସନ୍ ସ୍ଲିପ୍ ଏଥିପାଇଁ ଜରୁରୀ କାରଣ ଏଥିରେ ଏଟିଏମ୍ ଆଇଡି,ଲୋକେସନ୍ ,ସମୟ ଏବଂ ବ୍ୟାଙ୍କ ତରଫରୁ ରେସପନ୍ସ କୋଡ୍ ଏଥିରେ ମହଜୁତ୍ ହୋଇ ଥାଏ ।
ସପ୍ତାହପରେ ମିଳିଯିବ ଟଙ୍କା : ଆରବିଆଇ ନିୟମ ଅନୁସାରେ ଯଦି ବ୍ୟାଙ୍କ ଆପଣଙ୍କୁ ଏକ ସପ୍ତାହ ଭିତରେ ଏହି ଟଙ୍କା ଫେରସ୍ତ ନ ଦିଏ ତେବେ ବ୍ୟାଙ୍କକୁ ପ୍ରତିଦିନ ହିସାବରେ ୧୦୦ ଟଙ୍କାର ଜୋରିମାନା ଭରିବାକୁ ପଡିବ । ଯଦି ଏହି ଅଭିଯୋଗ ଦ୍ୱାରା କିଛି ଲାଭ ନ ହେଲା ତେବେ ଆପଣ ବ୍ୟାଙ୍କ ଲୋକପାଳରେ ଏଥିନେଇ ସଂପର୍କ କରିପାରିବେ ।
ଗୋଟିଏ ଦିନରେ ଆସିବ ଟଙ୍କା : ଯଦି ଗ୍ରାହକ ନିଜ ବ୍ୟାଙ୍କ ଏଟିଏମ୍ ରେ ଟଙ୍କା ଉଠାଉଥିବା ବେଳେ ଟଙ୍କା ଅଟକିଯାଏ ତେବେ ୨୪ ଘଣ୍ଟା ଅପେକ୍ଷା କରିବା ଆବଶ୍ୟକ । ନିଜ ତରଫରୁ ହୋଇଥିବା ଭୁଲକୁ ବ୍ୟାଙ୍କ ଗୋଟିଏ ଦିନରେ ଆକାଉଣ୍ଟରେ ଟଙ୍କା ଜମା କରିଦେବେ । ଯଦି ମାମଲା ଅନ୍ୟ ବ୍ୟାଙ୍କର ହୋଇଥାଏ ତେବେ ଆପଣଙ୍କୁ କହିରଖୁଛୁ ଏଭଳି କେତେଥର ହୋଇଛି ଯେତେବେଳେ ଏଟିଏମରୁ ଟଙ୍କା ବାହାରିନାହିଁ କିନ୍ତୁ ଏଟିଏମ୍ ଲଗ୍ ବୁକ୍ ରେ ଏହି ଟଙ୍କା ଜମା ହୋଇଯାଇଥାଏ ଏଭଳି ପରିସ୍ଥିତିରେ ଅନ୍ୟ ବ୍ୟାଙ୍କ ଟଙ୍କା ଫେରସ୍ତ କରିବାକୁ ମନା କରିପାରନ୍ତି । ତେଣୁ ଯେତେ ସମ୍ଭବ ନିଜ ବ୍ୟାଙ୍କ ଏଟିଏମ୍ ରୁ ହିଁ ଟଙ୍କା ଉଠାଇବାକୁ ଚେଷ୍ଟା କରନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/ATM.jpg)
/kanak/media/post_attachments/wp-content/uploads/2018/12/card-transactionss-300x200.jpg)