କନକ ବ୍ୟୁରୋ: କେନ୍ଦୁଝରରେ ଏଟିଏମ୍ ଲୁଟ ଉଦ୍ୟମ ପଣ୍ଡ । ରାତିରେ ଏଟିଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ କରୁଥିଲେ ଦୁର୍ବୃତ । ଏଟିଏମ ପାଖ ଘର ଲୋକ ଉଠିପଡିବାରୁ ଚମ୍ପଟ ମାରିଲେ ଲୁଟରା । ସୂଚନା ଅନୁସାରେ କାଲି ରାତିରେ ଚମ୍ପୁଆ ଥାନା ଅନ୍ତର୍ଗତ ଚିମିଲାରେ ଏସବିଆଇ ଏଟିଏମକୁ ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ ଉଦ୍ୟମ କରିଥିଲେ । ଭଙ୍ଗାରୁଜା ଶବ୍ଦ ଶୁଣି ପଡୋଶୀ ଘର ମାଲିକ ନିଦରୁ ଉଠି ଚିକ୍ରାର କରିଥିଲେ । ଏହାପରେ ଲୁଟେରାମାନେ ଫାଙ୍କା ଗୁଳିଚାଳନା କରି ପଡୋଶୀକୁ ଭୟଭୀତ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
ଚମ୍ପୁଆ ନିକଟ ଚିମିଲାରେ ଏଟିଏମ ଲୁଟ ଉଦ୍ୟମ ପଣ୍ଡ । ଲୋକେ ଆସିବାରୁ ଫାଙ୍କା ଗୁଳି ଚଳାଇ ଭୟଭୀତ କରି ଖସିଗଲେ ଲୁଟେରା ।
/kanak/media/post_attachments/wp-content/uploads/2024/02/11-33.jpg)