କନକ ବ୍ୟୁରୋ: ଏଟିଏମ୍ ତାଡି ଟଙ୍କା ଲୁଟ ଘଟଣାରେ ସମସ୍ତ ୫ ଲୁଟେରାଙ୍କୁ ଗିରଫ କଲା ନବରଙ୍ଗପୁର ପୋଲିସ । ସର୍ଚ୍ଚ ଅପରେସନ୍ବେଳେ ଡାବୁଗାଁ ଜଙ୍ଗଲରେ ଲୁଚି ରହିଥିବାବେଳେ ୫ଜଣ ଚୋରଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଲୁଟେରା ବାହାର ରାଜ୍ୟର । ୪ ଜଣ ହରିୟାଣାର ହୋଇଥିବାବେଳେ ଜଣେ ଲୁଟେରା ଛତିଶଗଡର । ସମସ୍ତ ଲୁଟେରାଙ୍କୁ ଜଙ୍ଗଲରୁ ଗିରଫ କରିବା ସହ ସେମାନଙ୍କ କାର ଏବଂ ଲୁଟ ଟଙ୍କା ଜବତ କରିଛି ପୋଲିସ । ତେବେ କେତେ ଟଙ୍କା ଜବତ ହୋଇଛି ସେନେଇ କୌଣସି ସୂଚନା ମିଳିନାହିଁ ।
ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ବ୍ଲକ୍ କାର୍ଯ୍ୟାଳୟ ନିକଟ ଏଟିଏମକୁ କାଟି ଟଙ୍କା ଲୁଟି ନେଇଥିଲେ ଏହି ଲୁଟେରା । କଟରରେ କାଟିବା ସମୟରେ ଏଟିଏମ୍ରେ ନିଆଁ ଲାଗି ଯାଇଥିବାରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ପୋଲିସ । ତେବେ ନିଆଁ ଲାଗି କିଛି ଟଙ୍କା ପୋଡି ଯାଇଥିବାରୁ ସେଗୁଡିକୁ ଦୁର୍ବୃତ୍ତମାନେ ସେଠାରେ ଛାଡି ଚାଲିଯାଇଥିବା ପୋଲିସ ଦେଖିବାକୁ ପାଇଥିଲା । ପରେ ଲୁଟେରାଙ୍କୁ କାବୁ କରିବା ପାଇଁ ପିଛା କରିଥିଲା ପୋଲିସ ପାଟ୍ରୋଲିଂ ଟିମ୍ । ଲୁଟେରାମାନେ ତିରିଶ କିଲୋମିଟର ଦୂର ଡାବୁଗାଁ ନିକଟ ଜଙ୍ଗଲରେ ଗାଡି ଛାଡି ଲୁଚି ରହିଥିଲେ । ସର୍ଚ୍ଚ ଅପରେସନ୍ କରି ସମସ୍ତ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ନବରଙ୍ଗପୁର ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/01/Capture-13.jpg)