କନକ ବ୍ୟୁରୋ: ଏଟିଏମରୁ ଆଖି ପୁଛୁଳାକେ ଟଙ୍କା ଗାଏବ ହୋଇଯାଉଥିଲା । ଏଭଳି କାଣ୍ଡ ଭିଆଇବାରେ ଧୂରନ୍ଧର ସମ୍ଭବ ଆଚାର୍ଯ୍ୟ । ମୋଷ୍ଟ ୱାଂଟେଡ ଠକ ସମ୍ଭବକୁ ଆଜି ଗିରଫ କରିଛି କମିଶନରେଟ୍ ପୁଲିସ । ରାଜଧାନୀ ବିଭିନ୍ନ ଥାନାରେ ୪୦ରୁ ଅଧିକ ମାମଲା ରହିଛି । ଗିରଫ ସମ୍ଭବ ପାଖରୁ ପୁଲିସ ୧୦ରୁ ଅଧିକ ଏଟିଏମ କାର୍ଡ ଓ ୪୦ରୁ ୪୫ ହଜାର ନଗଦ ଟଙ୍କା ଜବତ କରିଛି ।
ତେବେ ଗିରଫ ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଛି । ହେଲେ କେମିତି ସମ୍ଭବ ଆଚାର୍ଯ୍ୟ ଏଟିଏମରୁ ଲୁଟ୍ କରୁଥିଲା ଏବଂ ଏଭଳି ସମସ୍ୟାରୁ ଲୋକେ କେମିତି ସୁରକ୍ଷିତ ରହିପାରିବେ ସେନେଇ ସ୍ମାର୍ଟସିଟିରେ ଲୁଟେରା ସମ୍ଭବ ଓ ପୋଲିସ୍ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା ଶେଷରେ ପୋଲିସ୍ ପଞ୍ଝାରେ ପଡିଲା ମୋଷ୍ଟ ୱାଣ୍ଟେଡ୍ ଠକ ସମ୍ଭବ ଆଚାର୍ଯ୍ୟ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/36.0.jpg)