ମହିଳା ବେଶରେ ଆସି ଏଟିଏମ ଲୁଟି ନେଲେ ଦୁର୍ବୁତ୍ତ : ସିସିଟିଭି ଫୁଟେଜ ଆଧାରରେ ପୋଲିସର ତଦନ୍ତ ଜାରି

Advertisment
ମହିଳା ବେଶରେ ଆସି ଏଟିଏମ ଲୁଟି ନେଲେ ଦୁର୍ବୁତ୍ତ : ସିସିଟିଭି ଫୁଟେଜ ଆଧାରରେ ପୋଲିସର ତଦନ୍ତ ଜାରି

କନକ ବ୍ୟୁରୋ : ଏଟିଏମ ତାଡି ଲୁଟ । ମହିଳା ବେଶରେ ଆସିଥିଲେ ଲୁଟେରା । ବାଲେଶ୍ୱର ରେମୁଣା ଖିରରୋରା ମନ୍ଦିର ନିକଟରେ ଥିବା ଏସବିଆଇ ଏଟିଏମରୁ ଲୁଟ ହୋଇଛି । ଗତକାଲି ରାତି ପ୍ରାୟ ୩ ବେଳେ ଲୁଟେରାମାନେ ଏଟିଏମ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି । ସବୁଠୁ ବଡ଼ କଥା ହେଉଛି ଲୁଟେରାମାନେ ଶାଢି ପିନ୍ଧିଥିଲେ । ଲୁଟ ସମୟରେ ଦେଖିଥିବା ଜଣେ ସ୍ଥାନୀୟ ଲୋକ ଏ ନେଇ ସୂଚନା ଦେଇଛନ୍ତି ।

ଏପରିକି ଅଟକାଇବାକୁ ଯାଇ ସେ ମଧ୍ୟ ଆକ୍ରମଣର ଶିକାର ହୋଇଛି । ଫାଣ୍ଡିଠୁ ମାତ୍ର କିଛି ଦୂରରେ ଥିବା ଏଟିଏମରୁ ଲୁଟ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି । ତେବେ ମନ୍ଦିର ମୁଖ୍ୟ ଦ୍ୱାରରେ ଥିବା ସିସିଟିଭି ଫୁଟେଜ ଆଧାରରେ ପୁଲିସ ତଦନ୍ତ ଚଳାଇଛି । ମହିଳା ବେଶରେ ଥିବା ଲୁଟେରା ସ୍ଥାନୀୟ ଅଞ୍ଚଳରୁ ନା ବାହାରୁ ଆସିଥିଲେ ସେନେଇ ପୁଲିସ ଛାନଭିନ୍ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe