ଏଟିଏମ୍ କର୍ମଚାରୀଙ୍କ ଠାରୁ ଲୁଟ୍ : ବନ୍ଧୁକ ଦେଖାଇ ୨୧ ଲକ୍ଷ ଟଙ୍କା ଝାଂପି ନେଲେ ଦୁର୍ବୃତ୍ତ

 ଏଟିଏମରେ ଟଙ୍କା ଭର୍ତ୍ତି କରିବା ଯାଉଥିବା ବେଳେ ସୁବର୍ଣ୍ଣପୁର ବାଘଲପୁର ଗାଁର ଘଟିଛି ଘଟଣା

255

କନକ ବ୍ୟୁରୋ : ମାତିଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରରେ ଲୁଟି ନେଲେ ଟଙ୍କା ବ୍ୟାଗ । ବନ୍ଧୁକ ମୁନରେ ଲୁଟିନେଲେ ୨୧ ଲକ୍ଷ ଟଙ୍କା । ଏଟିଏମରେ ଭର୍ତ୍ତି ପାଇଁ ଟଙ୍କା ଧରି ଯିବା ବେଳେ ଲୁଟ । ସୁବର୍ଣ୍ଣପୁର ଧର୍ମଶାଳା ଫାଣ୍ଡିରୁ ଦେଢ଼ କିଲୋମିଟର ଦୂର ବାଘଲପୁର ଗାଁ ନିକଟରେ ଘଟିଛି ଏହି ଘଟଣା ।

ବରୋଦା ବ୍ୟାଙ୍କରୁ ସୁଧାଂଶୁ ପଧାନ ଓ ସୁନିଲ ମହାରଣା ୨୧ ଲକ୍ଷ ଟଙ୍କା ଧରି ଉଲୁଣ୍ଡା ଏଟିଏମ୍କୁ ଟଙ୍କା ଭର୍ତ୍ତି କରିବା ପାଇଁ ଯାଉଥିଲେ । ଜଣଙ୍କ ବ୍ୟାଗରେ ୧୧ ଲକ୍ଷ ଟଙ୍କା ଥିବା ବେଳେ ଆଉ ଗୋଟିଏ ବ୍ୟାଗରେ ୧୦ ଲକ୍ଷ ଟଙ୍କା ଥିଲା । ବାଘଲପୁର ଗାଁ ପାର ହେଲା ପରେ ୬ଜଣ ଡକାୟତ ୩ଟି ବାଇକରେ ଆସିଥିଲେ । ପ୍ରଥମେ ସୁଧାଂଶୁଙ୍କ ବାଇକୁ ଧକ୍କା ମାରି ପକାଇ ଦେଇଥିଲେ । ପରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଟଙ୍କା ବ୍ୟାଗ ଲୁଟି ନେଇଥିଲେ । ଏନେଇ ଧର୍ମଶାଳା ଫାଣ୍ଡିରେ ଅଭିଯୋଗ କରିଛନ୍ତି ସୁଧାଂଶୁ । ଘଟଣା ସ୍ଥଳରେ ଡକାୟତଙ୍କ ନମ୍ବର ବିହୀନ ଗାଡିକୁ ଜବତ କରି ଛାନଭିନ କରୁଛି ପୋଲିସ ।