ଗ୍ୟାସ କଟରରେ ଏଟିଏମ କାଟି ଟଙ୍କା ଲୁଟ୍ : ବିଳମ୍ବିତ ରାତିରେ ବାଲେଶ୍ୱର ଜାମଶୁଳୀ ଛକରେ ଇଣ୍ଡିକ୍ୟାସ୍ ଏଟିଏମରୁ ଲୁଟିନେଲେ ଦୁର୍ବୃତ୍ତ

ପୁଲିସ ତଦନ୍ତ ଛାନଭିନ୍ ଜାରି

37

କନକ ବ୍ୟୁରୋ : ଗ୍ୟାସ କଟରରେ ଏଟିଏମ କାଟି ଟଙ୍କା ଲୁଟ୍ । ବିଳମ୍ବିତ ରାତିରେ ଏଭଳି ଏକ ଲୁଟ୍ କରିଛନ୍ତି ଦୁର୍ବୃତ । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଜାମଶୁଳୀ ଛକରେ ଥିବା ଇଣ୍ଡିକ୍ୟାସ୍ ଏଟିଏମକୁ ଗ୍ୟାସ୍ କଟରରେ କାଟି ଟଙ୍କା ଲୁଟି ନେଇଛନ୍ତି ।

ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡି ନାହିଁ । ତେବେ ଏଟିଏମରେ କେହି ସୁରକ୍ଷା କର୍ମୀ ନଥିଲେ । ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।

Comments are closed.