କନକ ବ୍ୟୁରୋ : ଆଜିର ସମୟରେ ପ୍ରାୟ ସମସ୍ତେ ଏଟିଏମ୍ କାର୍ଡ ବ୍ୟବହାର କରୁଥିଲେ । କିନ୍ତୁ ଯଦି ଏଟିଏମ୍ ବ୍ୟବହାରକାରୀଙ୍କୁ ପଚରାଯାଏ, ଏଟିଏମ୍ କାର୍ଡକୁ ଟଙ୍କା ଉଠାଇବା ବ୍ୟତିତ ଆଉ କେଉଁ କେଉଁ କ୍ଷେତ୍ରରେ ବ୍ୟବହାର କରାପାରେ? ବୋଧ ହୁଏ ଅଧିକାଂଶ ଉପଭୋକ୍ତ ଏ ବାବଦରେ ଅବଗତ ନଥିବେ କି ଏଟିଏମରୁ ଟଙ୍କା ଉଠାଇବା ବ୍ୟତୀତ ଅନ୍ୟ ବ୍ୟାଙ୍କ କାର୍ଯ୍ୟ ମଧ୍ୟ କରାଯାଇପାରିଥାଏ । କେବଳ ବ୍ୟାଙ୍କିଙ୍ଗ୍ କାମ ନୁହେଁ ନନ୍ ବ୍ୟାଙ୍କିଙ୍ଗ୍ ଟ୍ରାଞ୍ଜାକ୍ସନବି ଏଟିଏମ୍ ଦ୍ୱାରା ସମ୍ଭବ ହୋଇଥାଏ । ଆସନ୍ତୁ ଜାଣିବା କେଉଁ କେଉଁ କାମରେ ଏଟିଏମର ବ୍ୟବହାର ହୋଇଥାଏ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏଟିମରୁ କରିପାରିବେ ଟଙ୍କା ଟ୍ରାନ୍ସଫର
ଯଦି ଆପଣଙ୍କ ପାଖରେ ଏଟିଏମ୍ କାର୍ଡ ରହିଛି ତେବେ ଏସବିଆଇ ଡେବିଟ୍ କାର୍ଡରୁ ଅନ୍ୟ ଡେବିଟ୍ କାର୍ଡକୁ ଟଙ୍କା ଟ୍ରାନ୍ସଫର କରାଯାଇପାରିବ । ଏଥିପାଇଁ ଆପଣଙ୍କୁ କୌଣସି ଚାର୍ଜ ଦେବାକୁ ପଡିନଥାଏ । ଏହା ବ୍ୟତିତ ଆପଣ ଗୋଟିଏ ଆକାଉଣ୍ଟରୁ ଅନ୍ୟ ଏକ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବା ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଇଥାଏ ।
ଏଟିଏମ୍ ଜରିଆରେ ଆପଣ କୌଣସି ବି ଭିସା କ୍ରେଡିଟ୍ କାର୍ଡର ବିଲକୁ ପୈଠ କରିପାରିବେ । ଏଟିଏମ୍ ସାହାଯ୍ୟରୋ ଯେକୌଣସି ଲାଇଫ୍ ଇଂସୁରାନ୍ସର ପ୍ରିମିୟନ୍ ବି ପୈଠ କରିପାରିବେ ।
ବ୍ୟାଙ୍କ୍ ନଯାଇ କରିପାରିବେ ଏହି କାମ
ଏଟିଏମ୍ ଜରିଆରେ ବ୍ୟାଙ୍କ୍ ନଯାଇବି ଆପଣ ଅନେକ କାମ କରିପାରିବେ । ଯେପରିକି, ଚେକ୍ ବୁକ୍ ପାଇଁ ଆପଣ ଅନୁରୋଧ କରିପାରିବେ । ଏଥିପାଇଁ ଆପଣଙ୍କୁ ସଠିକ୍ ଠିକଣା ଦେବାକୁ ପଡିଥାଏ । କାରଣ ଆପଣଙ୍କ ଠିକଣାକୁ ହିଁ ଆପଣଙ୍କ ଚେକ୍ ବୁକ୍ ଡେଲିଭରି କରାଯାଇଥାଏ । ଏହା ବ୍ୟତୀତ ବିଭିନ୍ନ ପ୍ରକାରର ବିଲ୍ ପୈଠ କରିବା ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ପାଇଁ ରେଜିଷ୍ଟେସନ୍ ଏବଂ ପିନ୍ ଜେନେରେଟ୍ କରିବା ଭଳି କାମ ଏଟିଏମ୍ ଜରିଆରେ ହୋଇଥାଏ । ଏଟିଏମ୍ ଜରିଆରେ ଆପଣ ଆପଣଙ୍କ ବ୍ୟାଙ୍କର ମିନି ଷ୍ଟେଟମେଣ୍ଟ୍ ବି ବାହାର କରିପାରିବେ । ଏହା ବ୍ୟତିତ ଆପଣ ଆକାଉଣ୍ଟ୍ ବାଲାନ୍ସ ବି ଚେକ୍ କରିପାରିବେ