ଏବେ ଭଣ୍ଡେଇ ପାରିବେ ନାହିଁ ବ୍ୟାଙ୍କ ଅଧିକାରୀ, ତୁରନ୍ତ ହେବ ବ୍ୟାଙ୍କିଙ୍ଗ ଓ ଏଟିଏମ ସମସ୍ୟାର ସମାଧାନ

146

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରିଟେଲ ଡାଇରେକ୍ଟ ସ୍କିମ ଓ ଇଣ୍ଟିଗ୍ରେଟେଡ ଅମ୍ବୁଡସମ୍ୟାନ ସ୍କିମ ଲଂଚ କରିଛନ୍ତି । ଆରବିଆଇ ର ରିଟେଲ ଡାଇରେକ୍ଟ ସ୍କିମ ମାଧ୍ୟମରେ ସରକାରୀ ସିକୁୃ୍ୟରିଟିରେ ରିଟେଲ ଭାଗିଦାରୀ ବଢିବା ସହ ଇଣ୍ଟିଗ୍ରେଟେଡ ଅମ୍ବୁଡସମ୍ୟାନ ସ୍କିମ ମାଧ୍ୟମରେ ବ୍ୟାଙ୍କିଙ୍ଗ ଓ ଏଟିଏମକୁ ନେଇ ଆସୁଥିବା ଅଭିଯୋଗର ତୁରନ୍ତ ସମାଧାନ ହୋଇପାରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି କି ଆଜି ଯେଉଁ ଦୁଇଟି ଯୋଜନାର ଲଂଚ କରାଗଲା ସେଥିରେ ଦେଶର ନିବେଶ ମାତ୍ରା ବୃଦ୍ଧି ପାଇବ ଓ କ୍ୟାପିଟାଲ ମାର୍କେଟକୁ ଏକସେସ୍ କରିବା ନିବେଶକମାନଙ୍କ ପାଇଁ ସହଜ ହେବ । ଭାରତରେ ସବୁ ସରକାରୀ ସିକ୍ୟୁରିଟିଜରେ ସୁରକ୍ଷା ସୁନିଶ୍ଚିତ ହେଉଛି । ଏହାଦ୍ୱାରା ସ୍ୱଳ୍ପ ନିବେଶକାରୀଙ୍କ ନିବେଶ ଉପରେ ସୁରକ୍ଷା ଦୃଢ ହେବ ।

 ଇଣ୍ଟିଗ୍ରେଟେଡ ଅମ୍ବୁଡସମ୍ୟାନ ସ୍କିମ ମାଧ୍ୟମରେ ବ୍ୟାଙ୍କିଙ୍ଗ ଓ ଏଟଏମ ନେଇ ଗ୍ରାହକମାନଙ୍କର ଥିବା ସମସ୍ୟା ତୁରନ୍ତ ସମାଧାନ କରାଯାଇ ପାରିବ । ଆରବିଆଇ ଦ୍ୱାରା ନିୟନ୍ତ୍ରିତ ୟୁନିଟ୍ ବିରୋଧରେ ଗ୍ରାହକଙ୍କ ଅଭିଯୋଗର ସମାଧାନ ପାଇଁ ଉନ୍ନତ ବ୍ୟବସ୍ଥା ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ ହେବ । ଏହି ଯୋଜନା ‘ୱାନ୍ ନେସନ ୱାନ ଆମ୍ବୁଡସମ୍ୟାନ’ ଉପରେ ଆଧାରିତ । ଏଥିରେ ଗ୍ରାହକମାନଙ୍କ ଅଭିଯୋଗ କରିବା ପାଇଁ ଗୋଟିଏ ପୋର୍ଟାଲ , ଗୋଟିଏ ଇମେଲ ଓ ଗୋଟିଏ ଠିକଣା ଦିଆଯାଇଛି । ଅଭିଯୋଗକାରୀ ନିଜର ଅଭିଯୋଗ ଦାଖଲ କରିବା ଓ ଫିଡବ୍ୟାକ ଦେବାକୁ ଗୋଟିଏ ସ୍ଥାନ ମିଳିବ । ଏଥିରେ ଅଭିଯୋଗର ସମାଧାନ ଓ ଅଭିଯୋଗ ଦାଖଲ କରିବାରେ ସହାୟତା କରିବାକୁ ଅନେକ ଭାଷାରେ ଟୋଲଫ୍ରି ନମ୍ବର ଉପଲବ୍ଧ ହେବ ।