ଦିଲ୍ଲୀରେ ପାଣିପାଇଁ ଆପର ସଂଗ୍ରାମ । ଅନିଶ୍ଚିତ ସମୟ ପାଇଁ ଅନଶନରେ କ୍ୟାବିନେଟ ମନ୍ତ୍ରୀ ଆତିସୀ ମାର୍ଲେନା

56

କନକ ବ୍ୟୁରୋ : ଦାବି,ବିକ୍ଷୋଭ କଲେ ତଥାପି କମିଲାନି ଦିଲ୍ଲୀରେ ଜଳ ସଙ୍କଟ । ତେଣୁ ଏବେ ଅନଶନରେ ବସିଛନ୍ତି ଦିଲ୍ଲୀ କ୍ୟାବିନେଟମନ୍ତ୍ରୀ ଆତିସୀ ମାର୍ଲେନା। ୨ୟ ଦିନରେ ଦିଲ୍ଲୀ କ୍ୟାବିନେଟମନ୍ତ୍ରୀ ମନ୍ଦିରରେ ପହଁଚି ପୂଜାର୍ଚ୍ଚନା କରିବା ପରେ ପୁଣି ଅନଶନରେ ବସିଛନ୍ତି । ଅନ୍ୟପଟେ ତାଙ୍କ ବ୍ଲଡପ୍ରେସର କମ ରହିବା ସହ ସ୍ବାସ୍ଥ୍ୟବସ୍ଥା ସାମାନ୍ୟ ବିଗିଡିଥିବା ସୂଚନା ମିଳିଛି ।

ଗୋଟେ ପଟେ ପାଣି ପାଇଁ ଆପ ମନ୍ତ୍ରୀ ଅନିଶ୍ଚିତ ସମୟ ପର୍ୟ୍ୟନ୍ତ ଅନଶନରେ ବସିଥିବାବେଳେ ଅନ୍ୟପଟେ ରାଜଧାନୀରେ ଦେଖାଯାଇଥିବା ଜଳ ସଙ୍କଟକୁ ବିରୋଧ କରି ଜୋରଦାର ବିକ୍ଷୋଭ କରୁଛି ବିଜେପି। ମାଠି ହାଣ୍ଡି ଧରି ଦିଲ୍ଲୀର ବିଭିନ୍ନ ସ୍ଥାନରେ ବିଜେପିକର୍ମୀ ଆପ ସରକାରଙ୍କୁ ବିରୋଧ କରୁଛନ୍ତି

ଖରାଦିନ ଆରମ୍ଭରୁ ହିଁ ଦିଲ୍ଲୀରେ ଭୟଙ୍କର ଜଳସଙ୍କଟ ଦେଖାଦେଇଛି । ମାମଲାରେ ସୁପ୍ରିମକୋର୍ଟରେ ମଧ୍ୟ ପହଁଚିଛି । ହରିଆଣା ଓ ହିମାଚଳ ସରକାରଙ୍କୁ କୋର୍ଟ ନିଦ୍ଧିଷ୍ଟ ପରିମାଣରେ ପାଣି ଦେବାକୁ କହିଥିଲେ। ହିମାଚଳ ପାଖରେ ପର୍ୟ୍ୟାପ୍ତ ପରିମାଣର ପାଣି ନଥିବା କହି ରାଜ୍ୟସରକାର ପଛଘୁଂଚା ଦେଇଥିବାବେଳେ ହରିଆଣା ସରକାର ନିର୍ଦ୍ଦେଶ ମୁତାବକ ପାଣି ଦେଉନଥିବା ଆପ ଅଭିଯୋଗ କରିଛି ।