କନକ ବ୍ୟୁରୋ: ହତ୍ୟାକାଣ୍ଡର ଲାଇଭ୍ ଭିଜୁଆଲ୍ ସାରା ଦେଶକୁ ବିଚଳିତ କରିଛି । କାରଣ ଏପରି ହତ୍ୟାକାଣ୍ଡ କେବେ ଦେଖିନଥିଲେ ଦେଶବାସୀ । ପୁଲିସ ସୁରକ୍ଷା ବଳୟ ଭିତରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଅସରଫ୍ ପ୍ରୟାଗରାଜ ହସପିଟାଲକୁ ଚିକିତ୍ସା ପାଇଁ ଆସୁଥିଲେ । ଗଣମାଧ୍ୟମର ପ୍ରତିନିଧି ପ୍ରତିକ୍ରିୟା ନେଉଥିବା ବେଳେ ପଏଂଟ ବ୍ଲାଙ୍କରେ ଅନ୍ଧାଧୁନ ଗୁଳିମାଡ଼ କରିଥିଲେ ୩ ଜଣ ହତ୍ୟାକାରୀ । ପୁଲିସ ସାମନାରେ, କ୍ୟାମେରା ଆଗରେ ହୋଇଥିଲା ଗୁଳିମାଡ଼ । ୟୁପି ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଗୁଳିମାଡ଼ କରିଥିଲେ ଅପରାଧୀ । ଅପରାଧ ଜଗତର ବାଦଶାହା ବୋଲାଉଥିବା ଦୁଇ ଭାଇ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ । ଗଣମାଧ୍ୟମ ପ୍ରତିନିଧି ବେଶରେ ଆସି ଦୁଇ ଭାଇଙ୍କୁ ଗୁଳି ମାରି ହତ୍ୟା କରିବା ଆତ୍ମସମର୍ପଣ କରିଥିଲେ ହତ୍ୟାକାରୀ । ମାତ୍ର ୩୦ ସେକେଣ୍ଡ ଭିତରେ ସବୁକିଛି ଘଟିଥିଲା । ବଲିଉଡ୍ ଫିଲ୍ମ କାହାଣୀ ଭଳି ଘଟିଥିଲା ଅପରାଧ । ଆଉ ଦେଖଣାହାରୀ ହୋଇ ରହିଯାଇଥିଲା ୟୁପି ପୋଲିସ ।

Advertisment

ମାଫିଆଙ୍କୁ ମାଟିରେ ମିଶାଇଦେବେ ବୋଲି ବିଧାନସଭାରେ କହିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗୋଟିଏ ପରେ ଗୋଟିଏ ଏନକାଉଂଟର, ଅପରାଧୀଙ୍କ ଘରେ ବୁଲଡୋଜର ଚଳାଇବା ଘଟଣା ପରେ ପୁଲିସ ସାମନାରେ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ସମ୍ବିଧାନ ଉପରେ ବିଶ୍ୱାସ ନାହିଁ, ବିଚାର ବ୍ୟବସ୍ଥା ଉପରେ ଭରସା ନାହିଁ ବୋଲି ଅଭିଯୋଗ କରିଛନ୍ତି ।

ସାରା ରାଜ୍ୟକୁ ହାଇଆଲର୍ଟରେ ରଖାଯାଇଥିବା ବେଳେ ୟୁପିର ସମସ୍ତ ୭୫ଟି ଜିଲ୍ଲାରେ ୧୪୪ ଧାରା ଲାଗୁ ହୋଇଛି । ଗଳିକନ୍ଦିରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ରାଜ୍ୟର ସମସ୍ତ ପୋଲିସଙ୍କ ଛୁଟି ବାତିଲ କରାଯାଇଛି । ପ୍ରୟାଗରାଜରେ ଇଂଟରନେଟ ସେବା ବନ୍ଦ କରାଯାଇଛି । ଘଟଣା ପରେ କିପରି ରାଜ୍ୟରେ ଅରାଜକତା ବ୍ୟାପିବ ନାହିଁ, ଏ ନେଇ ସତର୍କ ଦୃଷ୍ଟି ରଖିଛି ପୋଲିସ ପ୍ରଶାସନ । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରୀ ବାସଭବନରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପୁଲିସ ଡିଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଘଟଣା ସମ୍ପର୍କରେ ରିପୋର୍ଟ ପ୍ରଦାନ କରିଛନ୍ତି । ନଜର ପକାନ୍ତୁ, କିଛି ଘଟଣାକ୍ରମ ଉପରେ ।
ୟୁପିରେ ହାଇଆଲର୍ଟ
ମୃତ ଅତିକ ଓ ଅସରଫର ଶବବ୍ୟବଚ୍ଛେଦ କରାଯାଇଛି
୫ଜଣିଆ ଡାକ୍ତରୀ ଟିମ ଶବବ୍ୟବଚ୍ଛେଦ କରିଛନ୍ତି ଓ ଏହାର ଭିଡିଓଗ୍ରାଫି କରାଯାଇଛି
ଦୁଇଜଣଙ୍କ ମୃତ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ
ଗିରଫ ୩ ଅଭିଯୁକ୍ତ ସନ୍ନୀ, ଲବଲେଶ ତିୱାରୀ ଓ ଅରୁଣ ମୋର୍ଯ୍ୟଙ୍କୁ ପଚରାଉଚରା କରୁଛି ୟୁପି ପୋଲିସ

୩ଦିନ ପୂର୍ବରୁ ଝାନସୀରେ ଅତିକର ସାନ ପୁଅ ଅସରଦ ଓ ସାର୍ପ ସୁଟର ଗୁଲାମକୁ ଏନକାଉଣ୍ଟର କରିଥିଲା ଉତ୍ତରପ୍ରଦେଶ ପୋଲିସ । ଫେବ୍ରୁଆରୀ ୨୪ ଉମେଶ ପାଲକୁ ବିଚ୍ ରାସ୍ତାରେ ହତ୍ୟା କରିଥିଲା ଅସଦ । ଏହାର ମାଷ୍ଟର ମାଇଣ୍ଡ ଥିଲା ଅତିକ । ବିଏସପି ବିଧାୟକ ରାଜୁ ପାଲ ହତ୍ୟା ମାମଲାର ପ୍ରତ୍ୟେକ୍ଷଦର୍ଶୀ ଥିଲା ଉମେଶ ପାଲ । ଏହି ଘଟଣାର ୫୧ ଦିନ ଭିତରେ ଅତିକ୍ର ଅପରାଧ ସାମ୍ରାଜ୍ୟର ଅନ୍ତ ଘଟିଛି ।