ଆଠମଲ୍ଲିକ ବିଜେଡିରେ କନ୍ଦଳ । ନଳିନୀ ପ୍ରଧାନଙ୍କୁ ଜୋରଦାର ବିରୋଧ

109

କନକ ବ୍ୟୁରୋ : ଆଠମଲ୍ଲିକ ବିଜେଡିରେ କନ୍ଦଳ । ଜଂଘା ଦେବ ମନ୍ଦିର ପ୍ରତିଷ୍ଠା ଓ ଦାରୁଦେବଙ୍କ ବିଗ୍ରହ ସ୍ଥାପନ ବେଳେ ଏହି ବିବାଦ ଦେଖାଦେଇଛି । ବିଧାୟକ ରମେଶ ସାଏଙ୍କ ଗୋଷ୍ଠୀ ବିଜେଡି ନେତା ତଥା ପୂର୍ବତନ ପୂର୍ତ ସଚିବ ନଳିନୀ ପ୍ରଧାନଙ୍କୁ ଜୋରଦାର ବିରୋଧ କରିଛି ।

ନଳିନୀ ପ୍ରଧାନ ସୋମବାର ତାଙ୍କ ସମର୍ଥକଙ୍କ ସହ ମନ୍ଦିର ବିଗ୍ରହ ସ୍ଥାପନ ପାଇଁ ଆସୁଥିଲେ । ଏହି ଅବସରରେ ଗଣ୍ଡ ସମାଜ ପକ୍ଷରୁ ବିରୋଧ କରାଯାଇଛି । ନଳିନୀ ପ୍ରଧାନ ଗୋ ବ୍ୟାକ ନାରା ଦେଇ ଗଣ୍ଡ ସମାଜ ଜୋରଦାର ବିରୋଧ କରିଛି । ବିଧାୟକଙ୍କ ଗୋଷ୍ଠୀ କହିଛି, ନିକଟରେ ନଳିନୀ ପ୍ରଧାନ ଗଣ୍ଡ ସମାଜଙ୍କୁ ନେଇ ଆପତିଜନକ ମନ୍ତବ୍ୟ ଦେଇଥିଲେ । ଏହିପରି ଅନେକ ଦଳୀୟ କାର୍ଯ୍ୟକ୍ରମରେ ବିଧାୟକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ରହିଛି । ଯାହାକୁ ଗଣ୍ଡ ସମାଜ ବିରୋଧ କରି ନଳିନୀଙ୍କ ବିରୋଧରେ ଗୋ ବ୍ୟାକ ନାରା ଦେଇଛି । ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସୋମବାର ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ପ୍ରଫୁଲ ମଲ୍କିକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ନଳିନୀ ପ୍ରଧାନ ବିନା ନିମନ୍ତ୍ରଣରେ ନିଜ ସମର୍ଥକଙ୍କୁ ନେଇ ମନ୍ତ୍ରୀଙ୍କ ସହ ଆସିଥିବା ଗଣ୍ଡ ସମାଜ ପକ୍ଷରୁ କୁହାଯାଇଛି । ଆଠମଲ୍କିକ ଆମ୍ବସରମୁଣ୍ଡାଠାରେ ଆୟୋଜିତ ଏହି ମନ୍ଦିର ପ୍ରତିଷ୍ଠାର ପ୍ରଥମ ଦିନରେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ ।