ବଲିଉଡ୍ ଅଭିନେତ୍ରୀ ତଥା ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ଏବେ ନିଜ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଭାରତୀୟ କ୍ରିକେଟର କେ.ଏଲ. ରାହୁଲଙ୍କୁ ଆଥିଆ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେବା ସହ ଦୁହେଁ ପ୍ରେମ ସଂପର୍କରେ ଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ, ପୂର୍ବରୁ ଯେଉଁ ଅଭିନେତ୍ରୀଙ୍କ ସହ କେ.ଏଲ ରାହୁଲଙ୍କ ନାଁ ଯୋଡ଼ି ହୋଇଛି, ସେ ମଧ୍ୟରୁ ସେ କାହାକୁ ବି ଡେଟ୍ କରୁ ନାହାନ୍ତି । କିନ୍ତୁ ଆଥିଆଙ୍କୁ ଏବେ ସେ ଡେଟ୍ କରୁଥିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କୌଣସି ଇଭେଣ୍ଟରେ ଦୁହେଁ ସାଥୀରେ ନଜର ଆସୁ ନଥିଲେ ମଧ୍ୟ ଲୁଚି ଲୁଚି ଦୁହେଁ ସମୟ ବିତାଉଛନ୍ତି । ଫେବୃଆରୀ ଆରମ୍ଭରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିବା ବେଳେ ଏ ନେଇ ଦୁହେଁ ଗମ୍ଭୀର ବୋଲି ଚର୍ଚ୍ଚା ହେଉଛି ।
ସୂଚନା ମୁତାବକ, ଦୁହିଁଙ୍କ ଦେଖା ତାଙ୍କ ବନ୍ଧୁ ଆକାଂକ୍ଷା ରଞ୍ଜନଙ୍କ ଜରିଆରେ ହୋଇଥିଲା । ଏହା ପରେ ଦୁହେଁ ପରସ୍ପର ସହ ସମୟ ବିତାଇବା ଆରମ୍ଭ କରିଥିଲେ । ଅପ୍ରେଲ ମାସରେ ଆକାଂକ୍ଷା କେ.ଏଲ ରାହୁଲ ଏବଂ ଆଥିଆଙ୍କ ସହ ଏକ ଫଟୋ ଇନଷ୍ଟାରେ ମଧ୍ୟ ସେୟାର କରିଥିଲେ । ତେବେ ଏ ନେଇ ଆଥିଆଙ୍କୁ ପଚରାଯିବା ପରେ ସେ କୌଣସି ପ୍ରତିକ୍ରିୟା ରଖି ନ ଥିବା ବେଳେ ବିଶ୍ୱକପରେ ବ୍ୟସ୍ତ ଥିବାରୁ କେ.ଏଲ ରାହୁଲଙ୍କୁ ତାଙ୍କ ପ୍ରତିକ୍ରିୟା ମଗା ଯାଇ ପାରି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/pjimage-42-784x441.jpg)
/kanak/media/post_attachments/wp-content/uploads/2019/06/athiya-kl_Feature-1280x720-300x169.jpg)
/kanak/media/post_attachments/wp-content/uploads/2019/06/5kuqmmd8_athiya-kl-rahul-instagram_625x300_28_June_19-300x185.jpg)