କନକ ବ୍ୟୁରୋ: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତ୍ରୀ ଅଥିୟା ସେଟ୍ଟି ଓ କ୍ରିକେଟର କେଏଲ ରାହୁଲ । ପ୍ରକାଶ ପାଇଛି ଦୁହିଁଙ୍କ ୱେଡିଙ୍ଗ ଡିଟେଲ୍ସ । ଖଣ୍ଡାଲାରେ ୩ ଦିନ ଧରି ଚାଲିବ ଦୁହିଁଙ୍କ ବିବାହ ଉତ୍ସବ । ଏଥିରେ ଯୋଗ ଦେବେ ବିଭିନ୍ନ କ୍ଷେତ୍ରରୁ ନାମୀ ବ୍ୟକ୍ତିତ୍ୱ ।

Advertisment

ଶେଷରେ ଅଥିୟା ଓ ରାହୁଲଙ୍କ ବିବାହ ଖବର ଉପରେ ମୋହର ଲାଗିଛି । ଗଣମାଧ୍ୟମ ସୂଚନା ମୁତାବକ, ଜାନୁଆରୀ ୨୩ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସୂଚନା ମୁତାବକ, ଦୁହିଁଙ୍କ ବିବାହ ଖଣ୍ଡାଲାର ବଙ୍ଗଳାରେ ହେବ । ଏଥିରେ କ୍ରିକେଟ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କ ସହ କଳା ଜଗତର ପପୁଲାର ସେଲିବ୍ରିଟି ମଧ୍ୟ ଯୋଗ ଦେବେ ।