ବିବାହ ବନ୍ଧନରେ ବାନ୍ଧି ହେଲେ ଆଥେୟା-କେ.ଏଲ ରାହୁଲ: ଖଣ୍ଡାଲା ଫାର୍ମ ହାଉସରେ ଦକ୍ଷିଣ ଭାରତୀୟ ରୀତିନୀତିରେ ହେଲା ବିବାହ

6,904

କନକ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର କେ.ଏଲ ରାହୁଲ ଓ ଅଭିନେତ୍ରୀ ଆଥେୟା ସେଟୀ । ୩ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଶେଷରେ ପରସ୍ପରର ହାତ ଧରିଛନ୍ତି ଏହି ଚର୍ଚ୍ଚିତ ଯୋଡି । ଖଣ୍ଡାଲାରେ ଥିବା ସୁନୀଲ ସେଟୀଙ୍କ ଫାର୍ମ ହାଉସରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ବି-ଟାଉନର ଅନେକ ଜଣାଶୁଣା କଳାକାର ବିବାହରେ ପହଁଚି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୨୧ ତାରିଖରୁ ମୁମ୍ବାଇରେ ଆଥେୟା-ରାହୁଲଙ୍କ ପ୍ରିୱେଡିଂ ପାର୍ଟିର ଆୟୋଜନ କରାଯାଇଥିଲା । ସଂଗୀତ, ମେହେନ୍ଦୀ ଶେଷ କରି ରବିବାର ପୂରା ପରିବାର ସହ ଖଣ୍ଡାଲାରେ ପହଁଚିଥିଲେ ଆଥେୟା ଓ ରାହୁଲ । ସେମାନଙ୍କ ବିବାହରେ ୧୦୦ ଜଣ ବଛା ବଛା ଅତିିଥୀ ସାମିଲ ହୋଇଥିଲେ ।

ସେପଟେ ଝିଅ ବିବାହ ପରେ ସୁନିଲ ସେଟ୍ଟୀ ମୁମ୍ବାଇରେ ଏକ ବଡ ରିସେପନ୍ସ ପାର୍ଟି ଦେବାକୁ ଯାଉଛନ୍ତି । ଯେଉଁଥିରେ ୩ହଜାର ଅଧିକ ଅତିଥୀ ସାମିଲ ହେବା ନେଇ ଜଣାପଡିଛି । ସେଲିବ୍ରେଟିଙ୍କ ଠୁ ଆରମ୍ଭ କରି କ୍ରିଡାଜଗତର ନାମି ତାରକା ଓ ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହେବେ । ତେବେ ଏହି ରୟାଲ ୱେଡିଙ୍ଗ ସେରିମନି ଅନ୍ୟ ସେଲିବ୍ରେଟିଙ୍କ ବିବାହ ଭଳି ନୋ ଫୋନ୍ ପଲିସି ରହିଛି । ବିବାହ ଉତ୍ସବରେ ସାମିଲ ଥିବା ଅତିଥିଙ୍କୁ ଭିଡିଓ ସୋସିଆଲ ମିଡିଆରେ କୌଣସି ଭିଡିଓ କିମ୍ବା ଫଟୋ ଶେୟାର କରିବାକୁ ଅନୁମତି ଦିଆଯାଇନାହିଁ । ଭାଇ ଆହାନ ସେଟ୍ଟୀର ଡେବ୍ୟୁ ଫିଲ୍ମରେ ପ୍ରଥମ ଥର ପାଇଁ ପ୍ଲବିକ ଆପିୟରାନ୍ସରେ ଆସିଥିଲେ ଆଥେୟା ଓ ରାହୁଲ । ଏହାପରେ ଅନେକ ସମୟରେ ସୋସିଆଲ ମିଡିଆରେ ସେମାନେ ଏକାଠି ଫଟୋ ଶେୟାର କରୁଥିବା ଦେଖିବାକୁ ମିଳିଥିଲା ।