ଗାଁ ବିବାଦରୁ ଗଡ଼ିଲା ମୁଣ୍ଡ : ଗୋଷ୍ଠୀ ସଂଘର୍ଷରେ ୨ ମୃତ, ୧୦ରୁ ଅଧିକ ଗୁରୁତର; ଗୁରୁତରଙ୍କୁ ଏସସିବି ସ୍ଥାନାନ୍ତର

296

କନକ ବ୍ୟୁରୋ : ଗାଁ ବିବାଦରୁ ଗଡ଼ିଲା ମୁଣ୍ଡ । ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠି ସଂଘର୍ଷ । ଆଠଗଡ଼ ବଡ଼ମ୍ବା ଥାନା ଅନ୍ତର୍ଗତ ଭଗବତପୁର ଏବଂ ବୁଢାପଙ୍କ ଗାଁରେ ବୋମାମାଡ଼ ଓ ଗୁଳିକାଣ୍ଡରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକା ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ ମାଣିଆବନ୍ଧ ମେଡ଼ିକାଲ ପରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ବଡ଼ମ୍ବା ପୋଲିସ ପହଂଚି ତଦନ୍ତ ଜୋରଦାର କରିଛି ।

ଗାଁ ପାଖ ମୁଣ୍ଡିଆ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା । ଦୀର୍ଘ ଦିନ ଧରି ବିବାଦ ତୁଟିନଥିବା ବେଳେ ଦୁଇ ଗାଁ ମଧ୍ୟରେ ହୋଇଥିବା ଗୋଷ୍ଠି ସଂଘର୍ଷରେ ଆଜି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ଭଗତପୁର ଗାଁ ଅଶ୍ୱିନୀ ପାଳ ଓ ପବିତ୍ର ଆରୁଖ । ଘଟଣା ସ୍ଥଳରେ ଉତେଜନା ଲାଗି ରହିଛି । ୬୫ ନମ୍ବର ଜାତୀୟ ରାଜପଥ ଅବରୋଧ କରି ମୃତଦେହ ରଖି ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକେ ।