ଆଠଗଡ ଖୁଣ୍ଟୁଣି ରେଞ୍ଜ ରାଉଳସାହିରେ ଅଭାବନୀୟ ଘଟଣା : ଘର ବାରଣ୍ଡାରେ ବସିଥିବା ବେଳେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

70

କନକ ବ୍ୟୁରୋ : ଗାଁରେ ପଶି ଘର ବାରଣ୍ଡାରେ ବସିଥିବା ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା । ଆଠଗଡ ଖୁଂଟୁଣି ରେଞ୍ଜ ଅନ୍ତର୍ଗତ ରାଉଳସାହିରେ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗତକାଲି ସନ୍ଧ୍ୟାରେ ରାଉଳସାହିର ପୂର୍ଣ୍ଣଚନ୍ଦ୍ର ରାଉଳ ନିଜ ଘର ବାରଣ୍ଡାରେ ବସିଥିଲେ । ଏହି ସମୟରେ ହାତୀ ଗାଁରେ ପଶି ପୂର୍ଣ୍ଣଚନ୍ଦ୍ରଙ୍କୁ ଆକ୍ରମଣ କରିଥିଲା । ବାରଣ୍ଡାରୁ ପୂର୍ଣ୍ଣଚନ୍ଦ୍ରଙ୍କୁ ଟାଣିଆଣି ଗୋଡରେ ଦଳି ଦେଇଥିଲା । ଘଟଣାସ୍ଥଳରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଖବର ପାଇ ଗାଁକୁ ଆସିଥିଲେ ଖୁଂଟୁଣି ରେଞ୍ଜର ଗଜେନ୍ଦ୍ର ମାଥୁର । ଉତ୍ୟକ୍ତ ଗ୍ରାମବାସୀ ତାଙ୍କୁ ଘେରିଯାଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ । ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଓ ଅନ୍ତିମ ସଂସ୍କାର ପାଇଁ ନଗଦ ୪୦ ହଜାର ଟଙ୍କା ସହ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଦେବାକୁ ପ୍ରତିଶ୍ରୁତି ଦେବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବାକୁ ଛାଡିଥିଲେ ଗ୍ରାମବାସୀ ।