କନକ ବ୍ୟୁରୋ : ଗାଁ ବିବାଦରୁ ଅପହରଣ ଅଭିଯୋଗ । ପ୍ରତିବାଦ କରି ରାସ୍ତା ଅବରୋଧ କଲେ ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ । ପୁରୁଣା କଟକ ସମ୍ବଲପୁର ରାସ୍ତାର ମହାକାଳବସ୍ତି ଛକ ନିକଟରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ କରିଛନ୍ତି । ଗତକାଲି ରାତିରେ ଗାଁର ରାଜେନ୍ଦ୍ର ପୁହାଣ ଘରକୁ ଫେରିବା ସମୟରେ ତାଙ୍କ ଅପହରଣ ହୋଇଥିବା ଅଭିଯୋଗ କରିଛନ୍ତିି ପରିବାର ଲୋକ ।
ଗାଁ ବିବାଦକୁ ନେଇ କେହି ତାଙ୍କୁ ଅପହରଣ କରିଥିବା ଅଭିଯୋଗରେ ଉଲ୍ଲେଖ ହୋଇଛି । ତୁରନ୍ତ ରାଜେନ୍ଦ୍ରକୁ ଉଦ୍ଧାର କରିବା ପାଇଁ ଦାବି କରି ରାସ୍ତା ଅବରୋଧ କରିଛନ୍ତି ପରିବାର ଲୋକ । ଘଟଣାସ୍ଥଳରେ ଉତେଜନା ଲାଗି ରହିଥିବାରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/vlcsnap-2021-05-11-14h37m05s045.png)