ରାଜଧାନୀରେ କ୍ରୀଡ଼ାବିତଙ୍କ ଅଭିନବ ପ୍ରତିବାଦ । ଖେଳାଳି କୋଟାରୁ ଚାକିରି ନମିଳିବାରୁ ଆଳୁ ବିକ୍ରି କରି ଜଣାଇଲେ ଦାବି ।

115

କନକ ବ୍ୟୁରୋ: ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ରି ହେଉଛି ୧ ଟଙ୍କାରେ ଗୋଟିଏ ଆଳୁ । ଆଉ ଏହା କୌଣସି ବ୍ୟବସାୟୀ ବିକ୍ରି କରୁନାହାନ୍ତି ବରଂ ବିକ୍ରି କରୁଛନ୍ତି ଜଣେ କ୍ରୀଡ଼ାବିତ । ଖେଳାଳି କୋଟାରେ ଚାକିରି ନମିଳିବାରୁ ଆଳୁ ବିିକ୍ରି କରି ପ୍ରତିବାଦ କରିଛନ୍ତି ଟାଇକୋଣ୍ଡୋ ଖେଳାଳି ଅର୍ଚ୍ଚନା କାନୁନଗୋ ।

ଜାତୀୟ ଟାଇକୋଣ୍ଡା ଚାମ୍ପିଆନସିପରେ ଓଡ଼ିଶାର ପ୍ରତିନିଧିତ୍ୱ କରି ଅନେକ ସଫଳତା ଅର୍ଜନ କରିଛନ୍ତି ଅର୍ଚ୍ଚନା କାନୁନଗୋ । ସମାଜ ବିଜ୍ଞାନରେ ପିଏଚଡି ଲାଭ କରିଥିବା ଅର୍ଚ୍ଚନା ଏନସିସିଡିଏସର ଡେଭଲପମେଂଟ ଷ୍ଟଡିଜର ପ୍ରଧ୍ୟାପକ ପଦବୀ ପାଇଁ ଆବେଦନ କରିିଥିଲେ । ଗତ ନଭେମ୍ବର ମାସରେ ସାକ୍ଷାତକାର ଦେଇଥିଲେ । ମେରିଟ ତାଲିକାରେ ଅର୍ଚ୍ଚନାଙ୍କ ନାଁ ରହିଥିବା ବେଳେ ଚାକିରି ମିଳିନାହିଁ । ଏନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଚାକିରି ନମିଳିବା ଯାଏଁ ଧାରଣା ଜାରି ରହିବ ବୋଲି କହିଛନ୍ତି ଅର୍ଚ୍ଚନା କାନୁନଗୋ ।