କନକ ବ୍ୟୁରୋ: ଗୁରୁଦିବସରେ ଗୁରୁଙ୍କୁ ମନେ ପକାଇଲେ ଧାବିକା ଦୂତି ଚାନ୍ଦ । ଫେସବୁକରେ ଗୁରୁଙ୍କୁ ପ୍ରଣାମ ଜଣାଇଛନ୍ତି । ଭଉଣୀ, ବାପା, ମା, ଅଚ୍ୟୁତ୍ ସାମନ୍ତ ଓ କୋଚଙ୍କୁ ମନେ ପକାଇଛନ୍ତି । କହିଛନ୍ତି, ଆଥଲେଟ୍ ଜୀବନରେ ମୋ ବଡ ଭଉଣୀଠାରୁ ବହୁତ କିଛି ଶିଖିଛି । ସେ ମୋ ଗୁରୁ । ଆମ ଭିତରେ ଯେତେ କିଛି ସମସ୍ୟା ରହିଲେ ବି ସେ ମୋ ବଡ ଭଉଣୀ । କ୍ରୀଡାବିତ ହିସାବରେ ଯିଏ ମୋତେ ପ୍ରୋତ୍ସାହନ ଦେଇଛି । ମୋ ବାପା ମୋ ମା ମତେ ଜନ୍ମ ଦେଇ ସତମାର୍ଗ ଦେଖାଇଛନ୍ତି । କୋଚ ନୀଳମାଧବ ଦେଓ ଓ ଚିତରଞ୍ଜନ ମହାପାତ୍ର ଶିବ ମିଶ୍ରଙ୍କଠାରୁ ଅନେକ କିଛି ଶିଖିଛି । ଅଚ୍ୟୁତ୍ ସାମନ୍ତ ଦିଗଦର୍ଶନ ଦେଇଛନ୍ତି ।
--
ଗୁରୁଦିବସରେ ଗୁରୁଙ୍କୁ ମନେ ପକାଇଲେ ଦୂତି : ଫେସବୁକରେ ଗୁରୁଙ୍କୁ ଜଣାଇଲେ ପ୍ରଣାମ
/kanak/media/post_attachments/wp-content/uploads/2021/09/15-6.jpg)