କନକ ବ୍ୟୁରୋ: କଟକ ଜିଲ୍ଲା ଆଠଗଡ଼ ବ୍ଲକର ମନୋରଞ୍ଜନ ପଟ୍ଟନାୟକ ବେକେରୀ ଫାର୍ମ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ଦେଇଛନ୍ତି ନିଯୁକ୍ତିର ସୁଯୋଗ । ଯେଉଁଠି ସେ ଛେନା କେକ୍, ପାଉଁରୁଟି, ପେଟିସ୍ ପରି ଜିନିଷ ପ୍ରସ୍ତୁତ କରି ସ୍ଥାନୀୟ ବଜାରରେ ବିକ୍ରି କରିଥାନ୍ତି । ଖାଲି ସେତିକି ନୁହେଁ, ତାଙ୍କ ବେକେରୀ ଫାର୍ମରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମଧ୍ୟ ମିଳିଛି । ୩୦ରୁ ଅଧିକ ଲୋକ ସେଠାରେ କାମ କରୁଥିବାବେଳେ ନିଜ ପରିବାର ବି ଚଳାଉଛନ୍ତି ।
ମନୋରଞ୍ଜନଙ୍କ ବେକେରୀ ଫାର୍ମରେ ସେ ଛେନା କେକ୍, ପାଉଁରୁଟି, ପେଟିସ୍, ବିସ୍କୁଟ, ଜନ୍ମଦିନ କେକ୍ ପ୍ରସ୍ତୁତ କରିଥାନ୍ତି । ଏହି ସମସ୍ତ ଜିନିଷର ବଜାରରେ ଚାହିଦା ଥିବା ବେଳେ ସେଠାରୁ ଖୁଣ୍ଟୁଣୀ ଠାରୁ ନରସିଂହପୁର ପର୍ଯ୍ୟନ୍ତ ପଠାଯାଇଥାଏ । ପ୍ରାୟ ୫ ବର୍ଷ ତଳେ ସେ ଆରମ୍ଭ କରିଥିଲେ ଏହି ବେକେରୀ ଫାର୍ମ । ମାସକୁ ପ୍ରାୟ ୪ ଲକ୍ଷ ଟଙ୍କା ବିନିଯୋଗ କରୁଥିବା ବେଳେ ୫୦ ହଜାରରୁ ଅଧିକ ଟଙ୍କା ଲାଭ କରୁଛନ୍ତି । ଅନ୍ୟପଟେ ଏହି ବେକେରୀ ଫାର୍ମରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ବି ମିଳିଛି । ୩୦ରୁ ଅଧିକ ଲୋକ କାମ ସେଠାରେ କାମ କରୁଥିବାବେଳେ , ଘର ପାଖରେ ରହି ବେକେରୀରେ କାମ କରି ସେମାନେ ନିଜର ପରିବାର ଚଳାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/vlcsnap-2021-11-14-21h03m58s174.png)