କନକ ବ୍ୟୁରୋ : ଟିକା ପାଇଁ ରାତି ଅନିଦ୍ରା । ରାତି ଅଧରୁ ଯାଇ ଟିକା କରଣ କେନ୍ଦ୍ର ଆଗରେ ଠିଆ ହେବାକୁ ପଡୁଛି । ରାତି ଅନିଦ୍ରା ନହେଲେ ଟିକା ମିଳୁନାହିଁ । ଏଭଳି ଅଭାବନୀୟ ଖବର ଆସିଛି କଟକ ଜିଲ୍ଲା ଆଠଗଡରୁ । କରୋନା ବିରୋଧୀ ଲଢେଇରେ ଟିକାକରଣକୁ ଆଗ୍ରାଧିକାର ଦିଆଯାଉଛି । ଲୋକେ ମଧ୍ୟ ଟିକା ନେବାକୁ ଟିକା କରଣ କେନ୍ଦ୍ର ଆଗରେ ଅପେକ୍ଷା କରି ରହୁଛନ୍ତି । ଆଠଗଡ ବ୍ଲକ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ, ଲୋକମାନେ ରାତିରୁ କାଗଜରେ ନାଁ ଲେଖି ଲାଇନରେ ରଖିଛନ୍ତି । ସାରା ରାତି ଜଗି ରହୁଛନ୍ତି । ପୂର୍ବରୁ ମଧ୍ୟ ଆଠଗଡରୁ ଏମିତି ଆଉ ଏକ ଖବର ଆସିଥିଲା । ଗୁରୁଡିଝାଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଆଧାରକାର୍ଡ ଧାଡି ଲମ୍ବିଥିଲା ।
ଟିକା ପାଇଁ ରାତି ଅନିଦ୍ରା : ଆଧାରକାର୍ଡକୁ ଧାଡିରେ ରଖି ଜଗି ରହୁଛନ୍ତି ଲୋକ; ଆଠଗଡ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଲା ଅଭାବନୀୟ ଚିତ୍ର
/kanak/media/post_attachments/wp-content/uploads/2021/06/11-19.jpg)