କନକ ବ୍ୟୁରୋ : ଆଠଗଡ଼ରୁ ବ୍ରାଉନସୁଗାର ଜବତ କଲା ଏସଟିଏଫର ଏକ ଟିମ୍ । ଗତକାଲି ରାତିରେ ପୁରୁଣା କଟକଟ ସମ୍ବଲପୁର ରାସ୍ତା ଆଁକୁଲା ଠାରେ ଥିବା ପାରିଜାତ ହୋଟେଲରରୁ ଜବତ ହୋଇଛି ୧୭୫ଗ୍ରାମ ବ୍ରାଉନସୁଗାର । ହୋଟେଲ ମାଲିକ ପ୍ରଶାନ୍ତ ସାହୁ ଓ ଜଣେ କର୍ମଚାରୀଙ୍କୁ ଗିରଫ କରିଛି ଆଠଗଡ଼ ପୋଲିସ । ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ୭ଲକ୍ଷ ଟଙ୍କା ହେବ ।
ସୂଚନା ଅନୁଯାୟୀ, କାରବାର ଚାଲିଥିବା ଖବର ମିଳିବା ପରେ ଭୁବନେଶ୍ବରରୁ ଏସ୍ଟିଏଫର ଜଣେ ଇନ୍ସପେକ୍ଟରଙ୍କ ସମେତ ୫ ଜଣିଆ ଦଳ ଗତ ସନ୍ଧ୍ୟାରେ ଚଢ଼ାଉ କରିଥିଲେ । ଉକ୍ତ ହୋଟେଲରୁ ବ୍ରାଉନସୁଗାର ଜବତ କରାଯିବା ସହିତ ହୋଟେଲ ମାଲିକ ଓ ସହଯୋଗୀଙ୍କୁ ଧରି ଥାନାକୁ ଅଣାଯାଇଥିଲା । ରାତି ପ୍ରାୟ ୧୨ଟା ସୁଦ୍ଧା ଏସ୍ଟିଏଫ୍ ଟିମ୍ ଥାନାରେ ଉପସ୍ଥିତ ରହି ତଦନ୍ତ ଜାରି ରଖିଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି ଦୀର୍ଘଦିନ ହେବ ଆଠଗଡ଼ ଅଂଚଳରେ ଏହି ଧଳା ଜବର କାରବାର ଖୁଲମ ଖୁଲା ଚାଲିଥିବା ବେଳେ କେମିତି ଟେର ପାଉନଥିଲା ଆଠଗଡ଼ ଥାନା ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/13-22.jpg)