କନକ ବ୍ୟୁରୋ: ଜିଲ୍ଲା ମାନ୍ୟତା ଦାବିରେ ଆଜି ଆଠଗଡ ବନ୍ଦ । ସ୍ୱତନ୍ତ୍ର ଜିଲ୍ଲା ଦାବି ନେଇ ବାର ଘଣ୍ଟିଆ ବନ୍ଦ ଡାକରା ଦେଇଛି ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । କ୍ରିୟାନୁଷ୍ଠାନ ସଭ୍ୟମାନେ ବିଭିନ୍ନ ଛକରେ ପିକେଟିଂ କରି ଗାଡି ମଟର ଚଳାଚଳ ବନ୍ଦ କରୁଥିବାର ଦେଖିବାକୁ ମିଳିଛି । ଆଠଗଡକୁ ଜିଲ୍ଲା ମାନ୍ୟତା ଦାବି ଅଣଦେଖା କରାଯାଉଥିବାରୁ ଗତ ଏକ ମାସ ହେବ ଆଠଗଡ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଆସୁଥିଲେ କ୍ରିୟାନୁଷ୍ଠାନ କମିଟି । ଆଜି ଏହାକୁ ନେଇ ବନ୍ଦ ଡାକରା ଦେଇଛି କମିଟି ।

ଏଥିରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଏବଂ ଓକିଲ ସାମିଲ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଆଠଗଡ ଡିଏସ୍ପିଙ୍କ ନେତୃତ୍ୱରେ ତିନି ପ୍ଲାଟିନ୍ ଫୋର୍ସ ମୁତୟନ ରହିଛନ୍ତି । ବନ୍ଦ ପ୍ରଭାବରେ ଆଠଗଡରେ ଦୋକାନ ବଜାର ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।