ସଂସଦରେ ବିରୋଧୀଙ୍କୁ କଟାକ୍ଷ କଲେ ଏବଂ ନିଜ କବିତା ଢଙ୍ଗରେ ସମସ୍ତଙ୍କୁ ହସାଇଲେ ଆରପିଆଇ ନେତା ରାମଦାସ ଅଠାବଲେ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ

ସଂସଦରେ ବିରୋଧୀଙ୍କୁ କଟାକ୍ଷ କଲେ ଏବଂ ନିଜ କବିତା ଢଙ୍ଗରେ ସମସ୍ତଙ୍କୁ ହସାଇଲେ ଆରପିଆଇ ନେତା ରାମଦାସ ଅଠାବଲେ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ

ଆରପିଆଇ ନେତା ରାମଦାସ ଅଠାବଲେ ତାଙ୍କର ସ୍ବଭାବସୁଲଭ ଢଙ୍ଗରେ କବିତା ଶୁଣାଇ ସଂସଦରେ ହାସ୍ୟରୋଳ ସୃଷ୍ଟି କରିଥିଲେ। ସେ କବିତା ମାଧ୍ୟମରେ ଏଭଳି କିଛି କହିଥିଲେ ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ନିଜ ହସକୁ ରୋକି ପାରିନଥିଲେ।

ପ୍ରଥମେ ଅଠାବଲେ ନୂତନ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଏହାପରେ ବିରୋଧୀ ଦଳଙ୍କୁ କଟାକ୍ଷ କରିଥିଲେ। ବିର୍ଲାଙ୍କ ବିନମ୍ରତାରୁ ବିରୋଧୀ ଦଳ ଫାଇଦା ନ ଉଠାଇବାକୁ ସେ କହିଥିଲେ। ରାହୁଲଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ ଅଠାବଲେ କହିଥିଲେ ରାହୁଲଙ୍କୁ ଆମେ କ୍ଷମତାକୁ ଆସିବାକୁ ଦେବୁ ନାହିଁ। ମୋଦୀ ସରକାର ୫ ବର୍ଷ ପରେ ପୁଣି କ୍ଷମତାକୁ ଫେରିବ ବୋଲି ସେ କହିଥିଲେ। ତେବେ ତାଙ୍କ କହିବା ଢଙ୍ଗରେ ସଂସଦରେ ଖୁବ୍ ହାସ୍ୟରୋଳ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe