ସତ ପ୍ରମାଣିତ ହେଲା ପୂର୍ବତନ ବାଜପେୟୀଙ୍କ ଭବିଷ୍ୟବାଣୀ । ଜାଣନ୍ତୁ ମୃତ୍ୟୁ ପୂର୍ବରୁ ବିରୋଧୀଙ୍କୁ ନେଇ କଣ କହିଥିଲେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ: ୨୦୧୯ ନିର୍ବାଚନ ମହାସମର ଶେଷ ହେବା ସହ ଏଥିରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ନେତାଙ୍କ ଭାଗ୍ୟର ପେଡି ମଧ୍ୟ ଖୋଲିସାରିଛି । ଆଉ ଇତି ମଧ୍ୟରେ ସ୍ପଷ୍ଟ ହୋଇସାରିଛି କାହାକୁ ଜନତାଜନାର୍ଦ୍ଦନ ଦେଶର ପ୍ରଧାନମନ୍ତ୍ରୀ ଭାବେ ବାଛିଛନ୍ତି । ତେବେ ଗତଥର ଭଳି ଏଥର ବି ଜନତା ମୋଦିଙ୍କୁ ହିଁ ପ୍ରଧାନମନ୍ତ୍ରୀ ଆସନରେ ବସିବାର ଦେଖିବାକୁ ଚାହିଛନ୍ତି । ଚଳିତ ନିର୍ବାଚନରେ ମତଦାତା ନିଜର ମତ ଦେଇ ଆଗାମୀ ୫ ବର୍ଷ ପାଇଁ ମୋଦିଙ୍କୁ ପୁଣି ଥରେ ଦେଶର ଶାସନ ଭାର ଦେଇଛନ୍ତି । ଅନ୍ୟପଟେ ବିଜେପିଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି କଂଗ୍ରେସ ।
Kanak News is now on WhatsApp
Join and get latest news updates delivered to you via WhatsApp
ବିରୋଧୀଙ୍କ ଏଭଳି ଶୋଚନୀୟ ପରାଜୟର ଭବିଷ୍ୟବାଣୀ ବହୁ ପୂର୍ବରୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ କରିସାରିଥିଲେ । ଆଉ ବାଜପେୟୀ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ଏବେ ସତ ପ୍ରମାଣତି ହୋଇଛି । ୧୯୯୯ରେ ଯେତେବେଳେ ବିରୋଧୀଙ୍କ ଘେରାବନ୍ଦୀରେ ବାଜପେୟୀ ସରକାର ଗୋଟିଏ ଭୋଟରେ ପରାଜୟ ହୋଇଯାଇଥିଲା ସେତେବେଳେ ସେ କହିଥିଲେ କି , ଆଜି ବିରୋଧୀମାନେ ଆମର ଏହି ପରାଜୟରେ ଉତ୍ସବ ମନାଉଛନ୍ତି, ଆମକୁ କଟାକ୍ଷ କରୁଛନ୍ତି କିନ୍ତୁ ଗୋଟିଏ ସମୟ ଆସିବ ଯେତେବେଳେ ଜନତା ସେମାନଙ୍କୁ ଉପହାସ କରିବେ ।
ବାଜପେୟୀ ଆହୁରୀ ମଧ୍ୟ କହିଥିଲେ କି, ଦିନ ଆସିବ ଯେତେବେଳେ ସାରା ଦେଶରେ ପଦ୍ମ ଫୁଟିବ । ତେବେ ବାଜପେୟୀଙ୍କ ଏହି ଦୁଇଟି କଥା ବର୍ତ୍ତମାନ ସତ ପ୍ରମାଣିତ ହୋଇଛି । ବିଜେପିଠାରୁ କଂଗ୍ରେସ ଶୋଚନୀୟ ପରାଜୟ ହେବା ପରେ ଆଜି ସେ ନିଜେ ହିଁ ନିଜ ପ୍ରିୟପରିଜନଙ୍କ ନିକଟରେ ତଳକୁ ଖସିଯାଇଛି । ୧୭ ରାଜ୍ୟରେ କଂଗ୍ରେସ ଖାତା ଖୋଲିପାରିଲାନଥିବା ବେଳେ ଦେଶରେ ପୁଣି ଥରେ ବିଜେପି ବହୁମତ ପାଇ ସରକାର ଗଢିଛି ।
ଲୋକସଭା ନିର୍ବାଚନର ଫଳାଫଳା ଆସିବା ପରେ ବାଜପେୟୀ କହିଥିବା ପ୍ରତିଟି କଥା ଏବେ ସତ ପ୍ରମାଣିତ ହୋଇଛି । ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଆଗରେ କେବଳ କଂଗ୍ରେସ ନୁହେଁ ବରଂ ସମସ୍ତ ବିରୋଧୀ ଦଳ ନିଜର ସ୍ଥିତି ହରାଇଛନ୍ତି । ଖାଲି ଏତିକି ନୁହେଁ ୨୦୧୪ ଲୋକସଭା ନିର୍ବାଚନ ପରେ ନିଜକୁ ବିରୋଧୀ ଦଳର ମାନ୍ୟତା ଦେବା ପାଇଁ ବଡ ବଡ କଥା କହୁଥିବା କଂଗ୍ରେସ ଏଥର ବି ଏଥିପାଇଁ ଆବଶ୍ୟକତା ସଂଖ୍ୟା ଗରିଷ୍ଠତା ପାଇ ପାରିନାହିଁ । ଗତଥର ଭଳି ଏଥର ବି କଂଗ୍ରେସର ଏଭଳ ଶୋଚନୀୟ ପରାଜୟ ହୋଇଛି ।