ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦ ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତ୍ର ଅନାବରଣ କରିବେ । ସଂସଦର ଜଣେ ଅଧିକାରୀ କହିଛନ୍ତି କି, ରାଷ୍ଟ୍ରପତି କୋବିନ୍ଦ ସଂସଦ ଭବନର ସେଣ୍ଟ୍ରାଲ ହଲରେ ବାଜପେୟୀଙ୍କ ଚିତ୍ର ଅନାବରଣ କରିବେ । ଏହି ସମୟରେ ଉପ-ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେତେକ ଦଳର ଅନ୍ୟ ନେତା ଉପସ୍ଥିତ ରହିବେ ।
ସଂସଦର ପୋଟ୍ରେଟ ସମିତିର ଅଧ୍ୟକ୍ଷ ଓ ସ୍ପିକର ସୁମିତ୍ରା ମହାଜନ ୧୨ ତାରିଖରେ ବାଜପେୟୀଙ୍କ ତୈଳ ଚିତ୍ର ଲଗାଇବା ପାଇଁ ଫଇସଲା କରିଥିଲେ । ଏହି ତୈଳ ଚିତ୍ରକୁ ଚିତ୍ରକାର କୃଷ୍ଣ କହ୍ନାଇ ତିଆରି କରିଛନ୍ତି । ପୋଟ୍ରେଟ୍ ସମିତିର ବୈଠକରେ ଗୃହ ମନ୍ତ୍ରୀ ରାଜନାଥ ସିଂହ, ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଓ ଗ୍ରାମାଂଚଳ ବିକାଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ପ୍ରସ୍ତାବ କରିଥିଲେ କି ସଂସଦର ସେଣ୍ଟ୍ରାଲ ହଲରେ ଦିବଙ୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତୈଳ ଚିତ୍ର ଲଗାଯିବା ଉଚିତ୍ । ବୈଠକରେ ସମସ୍ତ ନେତାଙ୍କ ସର୍ବସମ୍ମତି ଏହି ପ୍ରସ୍ତାବକୁ ମଂଜୁରୀ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/GettyImages-90597812.jpg)
/kanak/media/post_attachments/wp-content/uploads/2019/02/tal-Bihari-Vajpayee-life-size-portrait-to-be-unveiled-in-Parliament-Central-Hall_samar-saleel-300x169.jpg)